October 18, 2024

Satya News

odia news channel

ସ୍ମାର୍ଟ ହେଲ୍ଥ କାର୍ଡ ପରେ ସ୍ମାର୍ଟ ସ୍କୁଲ୍ ! ପଞ୍ଚାୟତ ନିର୍ବାଚନ ପାଇଁ ଏବେଠୁ କାର୍ଡ ଖେଳିଲାଣି ବିଜେଡି

ଗଞ୍ଜାମ: ସ୍ମାର୍ଟ ହେଲ୍ଥ କାର୍ଡ ପରେ ସ୍ମାର୍ଟ ସ୍କୁଲ୍ । ପଞ୍ଚାୟତ ନିର୍ବାଚନୀ ହାଓ୍ୱା ଯେତିକିି ବଢୁଛି ପ୍ରଚାର ବି ସେତିକି ବେଗ ଧରୁଛି । ଆଜି ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁର ହିଞ୍ଜିଳି ଓ ଶେରଗଡ ବ୍ଲକ୍‌ର ୫୦ଟି ସ୍କୁଲ୍‌କୁ ସ୍ମାର୍ଟ ସ୍କୁଲ୍ ଭାବେ ଉଦଘାଟନ କରିଛନ୍ତି । ହିଞ୍ଜିଳିର ୨୩ଟି ଓ ଶେରଗଡର ୨୭ଟି ହାଇସ୍କୁଲ୍‌କୁ 5T ହାଇସ୍କୁଲ୍ ଟ୍ରାନ୍ସଫରମେସନ୍ ଯୋଜନାରେ ବିକଶିତ କରାଯାଇଛି । ଏସବୁ ସ୍କୁଲ୍‌ରେ ଡିଜିଟାଲ ଓ ସ୍ମାର୍ଟ ବୋର୍ଡ ମାଧ୍ୟମରେ ଶିକ୍ଷାଦାନ କରାଯିବ । ଏନେଇ ଶିକ୍ଷକମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି । ସ୍କୁଲ୍‌ର ସ୍ୱତନ୍ତ୍ରତା ହେଲା ଶତ ପ୍ରତିଶତ ପାସ୍ ହାର ।

ସେହିପରି ଏ-ଓ୍ୱାନ୍ ଗ୍ରେଡ୍ ସଂଖ୍ୟା ବଢାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ୫ ଦିନ ଧରି ଚାଲିବ ଉଦ୍‌ଘାଟନୀ ଉତ୍ସବ । ପ୍ରତିଦିନ ୧୦ଟି ସ୍ମାର୍ଟ ସ୍କୁଲ୍‌କୁ ଉଦଘାଟନ କରାଯିବ । ୫ ଦିନରେ ଶତାଧିକ ବିଧାୟକ ପର୍ଯ୍ୟାୟ କ୍ରମେ ହିଞ୍ଜିଳି ଯାଇ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ।

ବିରୋଧୀ କିନ୍ତୁ ଏହି ସ୍ମାର୍ଟ ସ୍କୁଲ ଥିଓରିକୁ ନେଇ ରାଜନୀତିର ଗନ୍ଧ ବାରିଲେଣି । ପ୍ରଶ୍ନ ଉଠିଛି ଏକାସଙ୍ଗେ ସ୍ମାର୍ଟ ସ୍କୁଲ୍‌ଗୁଡିକୁ ଭର୍ଚ୍ଚୁଆଲ୍‌ ମାଧ୍ୟମରେ ଉଦଘାଟନ ନକରି ୫ ଦିନ ଧରି ଉତ୍ସବ ପାଳନ ପଛର କାରଣ କଣ ? ଖାଲି ସେତିକି ନୁହେଁ କରୋନା ସମୟରେ ପ୍ରତି ଉଦଘାଟନ ଉତ୍ସବରେ ମାଳ ମାଳ ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ରହିବା ପଛରେ କି ରହସ୍ୟ ? ସ୍କୁଲ୍‌ରେ ଶିକ୍ଷକ ଅଭାବକୁ ପୂରଣ ନକରି ସ୍ମାର୍ଟ ସ୍କୁଲ୍ ଥିଓରି କାହିଁକି ? ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବିଜେଡି କିନ୍ତୁ ଏହାକୁ ବାଏଁ ବାଏଁ ରେ ଉଡାଇ ଦେଇଛି ।

 

Spread the love