ଭୁବନେଶ୍ୱର,୨୮/୧: କନ୍ଧମାଳ ଜିଲ୍ଲା ବାନ୍ଦୁଡ଼ି ଗାଁର ଭି.ଆୱାଡ୍ ବିଜୟିନୀ ଝୁଲିମା ମଲ୍ଲିକ୍ ଏବେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସାଧାରଣତନ୍ତ୍ର ଦିବସ ଅବସରରେ ରାଜସ୍ଥାନ ଜୟପୁରରେ ଚାଲିଥିବା ଜୟପୁର ଲିଟ୍ରେସି ଫେଷ୍ଟିଭାଲରେ ଉନ୍ମୋଚିତ ହୋଇଥିବା ‘ଉଇ ଆର ଦି ଚାମ୍ପିୟନ୍ସ'(We Are The Champions) ପୁସ୍ତକରେ ଝୁଲିମାଙ୍କ କାହାଣୀ ସ୍ଥାନ ପାଇଛି। ସୁନାମ ଧନ୍ୟ ଲେଖିକା ରଶ୍ମି ବଂଶଲ୍ ଓ ଦେବେନ୍ଦ୍ର ତକ୍ଙ୍କ ଦ୍ୱାରା ଲେଖାଯାଇଥିବା ଏହି ପୁସ୍ତକରେ ଦେଶର ସମୁଦାୟ ୧୫ଜଣ ସାମାଜିକ ପରିବର୍ତ୍ତନକାରୀ ବ୍ୟକ୍ତିତ୍ୱଙ୍କର କାହଣୀ ସ୍ଥାନ ପାଇଥିବାବେଳେ କନ୍ଧମାଳର ଝୁଲିମାଙ୍କର ବାଲ୍ୟ ବିବାହକୁ ବନ୍ଦ କରିବା ଓ ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେବାରେ ତାଙ୍କ ସଙ୍ଘର୍ଷର କାହାଣୀ ଏଥିରେ ସ୍ଥାନ ପାଇଛି। ରାଜସ୍ଥାନର ରାଜକୁମାରୀ ତଥା ସାଂସଦ ଦୀୟା କୁମାରୀ, ଆନ୍ତର୍ଜାତୀକ ସଂସ୍ଥା ସେଭ୍ ଦି ଚିଲିଡ୍ରେନ୍ସର ଭାରତ ମୁଖ୍ୟ ବିଦିଶା ପିଲ୍ଲାଇ, ଅଧ୍ୟକ୍ଷ ଅରୁଣ ମାଇରା ତଥା ଲେଖିକା ରଶ୍ମୀ ବଂଶଲ୍ ଓ ଝୁଲ୍ଲିମା ମଲ୍ଲିକ୍ଙ୍କ ଉପସ୍ଥିତିିରେ ଏହି ପୁସ୍ତକର ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଲେଖିକା ରଶ୍ମୀ ବଂଶଲ୍ ଝୁଲିମାଙ୍କ ସଙ୍ଘର୍ଷକୁ ପ୍ରଶଂସା କରିଥିଲେ। ଏହି ଖବର ଜଣାପଡିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଝୁଲିମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍