January 23, 2026

ଥରୁଛି ଓଡ଼ିଶା: ସୋନପୁରରେ ୪କୁ ଖସିଲା ପାରଦ

ଭୁବନେଶ୍ୱର,୨୮/୧୨: ସାରା ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ଦିନରେ ରାଜ୍ୟରେ ୧୦ରୁ ୧୨ଡିଗ୍ରୀ ତାପମାତ୍ରା କମିିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ୧୦ ଓ ଉପକୂଳ ଜିଲ୍ଲାରେ ୫ଡିଗ୍ରୀ କମିଥିବା ସୂଚନା ହସ୍ତଗତ ହୋଇଛି। ତେବେ ସୋନପୁର ରାଜ୍ୟର ସବୁଠୁ ଶୀତଳ ସହର ପାଲଟିଛି। ଏଠାରେ ପାରଦ ୪ଡିଗ୍ରୀକୁ ଖସିଛି। ଝାରସୁଗୁଡ଼ାରେ ୫.୮, କେନ୍ଦୁଝରରେ ୫.୬, ଟିଟଲାଗଡ଼ ୫.୬, ଦାରିଙ୍ଗବାଡ଼ି ୭ଡିଗ୍ରୀ, ସମ୍ବଲପୁର ୭.୪, ବାଲେଶ୍ୱର ୭.୬, କଟକ ୯.୬, ହୀରାକୁଦ ୯.୮ ଡିଗ୍ରୀ, ବଲାଙ୍ଗିର ଓ ସୁନ୍ଦରଗଡ଼ ୧୦ ଡିଗ୍ରୀ, ତାଳଚେର ୧୦.୪ଡିଗ୍ରୀ, ଫୁଲବାଣୀ ୧୦.୫, କେରାପୁଟ ୧୦.୬ ଏବଂ ଚାନ୍ଦବାଲିରେ ୧୧ଡିଗ୍ରୀ ତାପମାତ୍ରା ରହିଛି। ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ଗୋଟିଏ ଦିନରେ ୪ଡିଗ୍ରୀ କମିଛି। ଏଠାରେ ତାପମାତ୍ରା ୧୨ଡିଗ୍ରୀ ଥିବା ରେକର୍ଡ଼ କରାଯାଇଛି। ତେବେ ଏହିପରି ୪ଦିନ ପ୍ରବଳ ଶୀତ ଲାଗି ରହିବ ବୋଲି ଜଣାପଡ଼ିଛି।

Spread the love