January 23, 2026

ଟପ୍ ମାଓନେତା ପାପାରାଓର ମୃତ୍ୟୁ !

ମାଲକାନଗିରି,୨୨/୧: ଦୁର୍ଦ୍ଦାନ୍ତ ମାଓବାଦୀ ତଥା ଟପ ମାଓ ନେତା ପାପାରାଓର ମୃତ୍ୟୁ ହୋଇଥିବା ସୂଚନା ହସ୍ତଗତ ହୋଇଛି। ଏ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇନାହିଁ। ଛତିଶଗଡ଼-ମାଲକାନଗିରି ସୀମାରେ ପାପାରାଓ ସକ୍ରିୟ ଥିଲାବେଳେ ଛତିଶଗଡ ସରକାର ତା’ ନାଁ’ରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପାପାରାଓ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛି। ୪ ଦିନ ହେଲା ସେ ଛତିଶଗଡ଼ସ୍ଥିତ ଶ୍ୱଶୁର ଘରକୁ ଆସିଥିଲାବେଳେ ସେଠାରେ ତା’ର ମୃତ୍ୟୁ ହୋଇଛି। ତେବେ ପୂର୍ବରୁ ମଧ୍ୟ ପାପାରାଓ ପ୍ରାଣ ହରାଇଥିବା ଖବର ଆସିଥିଲା। ମାତ୍ର ତାହା ମିଛ ବୋଲି ଜଣାପଡିଥିଲା। ସୂଚନାଯୋଗ୍ୟ, ପାପାରାଓ ୨୦୧୦ ମସିହାରେ ଛତିଶଗଡ଼ର ତାଲମେଟଲାରେ ହୋଇଥିବା ନକ୍ସଲ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା। ଏଥିରେ ୭୬ ଜଣ ସିଆରପିଏଫ ଯବାନ ସହିଦ ହରାଇଥିଲେ।

Spread the love