September 15, 2025

ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ନେଲା ୨ ଜୀବନ

ଅନୁଗୁଳ,୨୮/୧: ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ବନ୍ତଳା ଥାନାର କଞ୍ଜ। ଗ୍ରାମରେ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନାନୁଯାୟୀ, କଞ୍ଜ। ଗ୍ରାମରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇଜଣ ସ୍ଥାନୀୟ ଯୁବକଙ୍କର ମୃତ୍ୟୁ ଘଟିଛି। ଗ୍ରାମର କେତେଜଣ ଯୁବକ ସୋମବାର ବିଳମ୍ବିତ ରାତିରେ ବନ୍ୟଜନ୍ତୁ ଶିକାର ପାଇଁ ୧୧କେଭି ବିଦ୍ୟୁତରୁ ଜିଆଇ ତାର ବିଛାଇ ଥିଲେ। ମାତ୍ର ଅସାବଧାନତା ଯୋଗୁଁ ଦୁଇ ଯୁବକ ମହେଶ୍ୱର ବିଶ୍ୱାଳ(୨୩) ଓ କବୀନ୍ଦ୍ର ଗଡ଼ନାୟକ(୪୦) ଉକ୍ତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ମହେଶ୍ୱରର ମୃତ୍ୟୁ ଘଟିଥିଲା। କବୀନ୍ଦ୍ରଙ୍କୁ ପରିବାର ଲୋକେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Spread the love