July 12, 2025

UNGAରେ କରୋନା ! ପଜିଟିଭ ଚିହ୍ନଟ ହେଲେ ବ୍ରାଜିଲିୟ ମନ୍ତ୍ରୀ, କହିଲେ ରହିବେ କ୍ୱାରେଣ୍ଟାଇନରେ

 

ନ୍ୟୁୟର୍କ ୨୨।୯: କରୋନା ଭାଇରସ ମହାମାରୀ ଜାତିସଂଘ ସାଧାରଣ ଅଧିବେଶନ (ୟୁଏନଜିଏ)କୁ ପହଞ୍ଚି ଯାଇଛି । ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ପ୍ରତିନିଧି ମଣ୍ଡଳ ସହ ନ୍ୟୁୟର୍କ ଅଧିବେଶନରେ ଯୋଗ ଦେଇଥିବା ଜନୈକ ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ବ୍ରାଜିଲ ସ୍ୱାସ୍ଥ୍ୟମନ୍ତ୍ରୀ ମାର୍ସେଲୋ କ୍ୱିରୋଗାଙ୍କ ପରୀକ୍ଷଣ ରିପୋର୍ଟ ସ୍ଥାନୀୟ ସମୟ ମଙ୍ଗଳବାର ସନ୍ଧ୍ୟାରେ ପଜିଟିଭ ଆସିଥିବା ଜଣାପଡିଛି।

ମାର୍ସିଲୋ କ୍ୱରେଗା ୭୬ତମ ୟୁଏନଜିଏ ପୂର୍ଣ୍ଣ ଅଧିବେଶନରେ ଭାଗ ନେଇଛନ୍ତି। ଏହା ଛଡା ସେ ନିବେଶକଙ୍କ ସହ ବୈଠକ ମଧ୍ୟ କରିଥିଲେ।  ବୋଲସୋନାରୋ ଓ  ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ଦ୍ୱିପାକ୍ଷୀୟ ବୈଠକରେ ମଧ୍ୟ ସେ ଉପସ୍ଥିତ ଥିଲେ।  ତେବେ ବ୍ରାଜିଲ ପ୍ରତିନିଧି ମଣ୍ଡଳଙ୍କ ଅନ୍ୟ ସଦସ୍ୟମାନେ ନେଗେଟିଭ ଥିବା ରିପୋର୍ଟରୁ ଜଣାପଡିଛି। ମାର୍ସିଲୋ ଚୀନ୍‌ ଟିକା କରୋନା ଭାକ୍ ନେଇଥିଲେ,ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି।

ପଜିଟିଭ ଚିହ୍ନଟ ହୋଇଥିବାରୁ ସେ ଏବେ ନ୍ୟୁୟର୍କରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ। ୟୁଏନଜିଏ ଶେଷ ହେଲେ ଫେରୁଥିବା ପ୍ରତିନିଧି ମଣ୍ଡଳଙ୍କ ସହ ସେ ସ୍ୱଦେଶ ଯିବେନି। କ୍ୱାରେଣ୍ଟାଇନ ଅବଧି ଶେଷ ହେଲେ ସ୍ୱାସ୍ଥ୍ୟପରୀକ୍ଷଣ କରାଇବା ପରେ ଆମେରିକା ଛାଡିବେ ବୋଲି କହିଛନ୍ତି। ତେବେ ମାର୍ସିଲୋ ଜାତିସଂଘ ପୂର୍ଣ୍ଣ ଅଧିବେଶନରେ ଭାଗ ନେଇଥିବାରୁ ଏବେ ବିଶ୍ୱ ନେତୃତ୍ୱଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ବ୍ରିଟେନ ପକ୍ଷରୁ ଏପର୍ଯ୍ୟନ୍ତ ବୋରିଶ ଜନସନ୍‌ଙ୍କ ଦ୍ୱିପାକ୍ଷୀୟ ବୈଠକ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନି।

Spread the love