January 23, 2026

ଅଗଷ୍ଟରୁ ଅକ୍ଟୋବର ଭିତରେ ତୃତୀୟ ଲହର ଆସିବାର ସମ୍ଭାବନା ଅଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

 

ଭୁବନେଶ୍ୱର: ଗତକାଲି ଦେଶର ୫୪ ଜିଲ୍ଲାରେ ସଂକ୍ରମଣ ବଢୁଛି ବୋଲି କେନ୍ଦ୍ର ସରକାର କହିଥିଲେ। ତେବେ ସେ ୫୪ ଜିଲ୍ଲା ଭିତରେ ଓଡ଼ିଶାର କୌଣସି ଜିଲ୍ଲା ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର |

ତାଙ୍କ କହିବା ମୁତାବକ, ୫୪ ଜିଲ୍ଲା ଭିତରେ ଓଡ଼ିଶାର କୌଣସି ଜିଲ୍ଲା ନଥିଲେ ବି ବର୍ତ୍ତମାନ ସୁଦ୍ଧା ଦ୍ଵିତୀୟ ଲହରରୁ ଆମେ ବାହାରି ନାହୁଁ। ଏହା ଏବେ ବି ଜାରି ରହିଛି। ଖୋର୍ଦ୍ଧା ଓ କଟକରେ ସଂକ୍ରମଣ ତିନି ଅଙ୍କରେ ରହିଛି। ଵିଶେଷଜ୍ଞଙ୍କ କହିବା ଅନୁଯାୟୀ ଯେହେତୁ ଏଠାକୁ ଅଧିକ ଲୋକ ଯିବା ଆସିବା କରୁଛନ୍ତି ସେଥିପାଇଁ ଅଧିକ ସଂକ୍ରମଣ ରହୁଛି। ତେବେ ଆମେ ତୃତୀୟ ଲହର ପାଇଁ ସମସ୍ତ ପ୍ରସ୍ତୁତି କରିଛୁ, ଯାହା ଆବଶ୍ୟକ ସେ କାର୍ଯ୍ୟ କରାଯାଉଛି। ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରାଯାଉଛି। ଟ୍ରେନିଂ ଦିଆଯିବା ସହ ସର୍ଭିଲାନ୍ସ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଜାତୀୟ ରାଜପଥ କଡ଼ରେ ଥିବା ଅଞ୍ଚଳରେ ଏବେ ସଂକ୍ରମଣ ବଢୁଛି। ହେଲେ ଏବେ ଯେଉଁ ମୃତ୍ୟୁ ରିପୋର୍ଟ ଆସୁଛି ଏ ସବୁ ଅଡିଟ ରିପୋର୍ଟ। ସେଥିପାଇଁ ଭିୟଭିତ ହେବାର କିଛି ନାହିଁ।

Spread the love