
ପାଟଣା : କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୬ଶହ କେଜି ମହୁଲ ପୋଚ ନଷ୍ଟ କରାଯିବା ସହ ୪୭ ଲିଟର ମହୁଲି ମଦ ଜବତ କରାଯାଇଛି । ଏହା ସହ ଜଣେ ଯୁବକକୁ ଗିରଫ କରାଯାଇଛି । ଚଢ଼ାଉ ସମୟରେ ଧାନବେଣୀ ଗ୍ରାମର ଦୈତାରୀ ମୁଣ୍ଡା (୩୬)ଙ୍କ ଠାରୁ ୭ ଲିଟର ମହୁଲି ମଦ ଜବତ କରାଯାଇଥିବା ବେଳେ ଭାଲିଆଡିହା ଗ୍ରାମରେ ଚଢ଼ାଉ ସମୟରେ ଅବକାରୀ ବିଭାଗ କୁ ଦେଖି ମଦ ମାଫିଆ ମଦ ଭାଟି ଛାଡି ଫେରାର ହୋଇଯାଇଥିବା ବେଳେ ସେଠାରୁ ୬ଶହ କେଜି ମହୁଲ ପୋଚ ନଷ୍ଟ କରାଯିବା ସହ ୪୦ ଲିଟର ମହୁଲି ମଦ ଜବତ କରାଯାଇଛି । ଏହା ସହ ବେଆଇନ ମଦ କାରବାର ଅଭିଯୋଗରେ ଦୈତାରୀ ମୁଣ୍ଡା ଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଏହି ଚଢ଼ାଉରେ ପାଟଣା ଅବକାରୀ ଥାନା ଅଧିକାରୀ ଦିଲ୍ଲିପ କୁମାର ତାଣ୍ଡି, ଘଟଗାଁ ଅବକାରୀ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ପରିଡା, ପାଟଣା ଅତିରିକ୍ତ ଅବକାରୀ ଅଧିକାରୀ ଜଗନ୍ନାଥ ଭିତିରିଆ, କନେଷ୍ଟବଳ ମିଥୁନ ଜେନା ଓ ଆରତୀ ବେହେରା ସାମିଲ ଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍