କୋଲକାତା, ୦୯/୦୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଟିଏମସି ନେତା ତଥା ନିଜ ଭଣଜା ଅଭିଶେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ଶାହଙ୍କ ହାତ ରହିଛି ବୋଲି ଦିଦି କହିଛନ୍ତି ।
ସୂଚନାନୁସାରେ, ତ୍ରିପୁରାରେ ଟିଏମସି ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଗୋଟି ଚାଳନା ଆରମ୍ଭ କରିଛି । ତ୍ରିପୁରାରେ ଏବେ ବିଜେପି ସରକାର ଅଛି । ଦିଦି ବିଜେପି ହାତରୁ ଶାସନ ଡୋରି ଛଡାଇବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଟିଏମସି ନେତା ଘନଘନ ତ୍ରିପୁରା ଗସ୍ତ କରୁଛନ୍ତି । ଏହାମଧ୍ୟରେ ଟିଏମସି ନେତା ଅଭିଷେକ ତ୍ରିପୁରା ଗସ୍ତ କରିଥିଲେ । ସେଠାରେ ତାଙ୍କୁ ଆକ୍ରମଣ କରାଯାଇତିବା ଅଭିଯୋଗ ହୋଇଥିଲା । ଅଭିଷେକ ଏବେ କୋଲକାତାରେ ଚିକିତ୍ସିତ ହେଉଛନ୍ତି ।
ମମତା କହିଛନ୍ତି ଯେ, ତ୍ରିପୁରାରେ ଅଭିଷେକ ଓ କିଛି ଛାତ୍ର ନେତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏଥିପାଇଁ ଅମିତ ଶାହ ଦାୟୀ । ଏହି ସବୁକୁ ସେ ଖାତିର କରୁନାହାଁନ୍ତି । ତେବେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିନା ଏହି ଆକ୍ରମଣ ସମ୍ଭବପର ନୁହେଁ । ତେଣୁ ପୋଲିସ ଚୁପ ରହୁଛି । କାର୍ଯ୍ୟାନୁଷ୍ଠାନ ନେଉନାହିଁ ।
ଦିଦି ଆହୁରି କହିଛନ୍ତି ଯେ, ଅଗରତାଲାର ଧର୍ମନଗରରେ ଗୁଳିଚାଳନା ସହ ଟିଏମସି କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି । ଅଭିଷେକଙ୍କୁ କିଛି ବ୍ୟକ୍ତି କଳାପତାକା ମଧ୍ୟ ଦେଖାଇଥିଲେ । ବିଜେପି କାର୍ଯ୍ୟକର୍ତ୍ତା ଏପରି କରିଛନ୍ତି ବୋଲି ସେ କହିଛନ୍ତି ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି