
ଦୁବାଇ: ଟ୍ବେଣ୍ଟି୨୦ ବିଶ୍ବକପ୍ରେ ଶନିବାର ଗ୍ରୁପ୍-୧ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ସହଜରେ ପରାସ୍ତ କରିଛି ପୂର୍ବତନ ଚମ୍ପିଆନ୍ ଇଂଲଣ୍ଡ। ବୋଲରଙ୍କ ସଫଳତା ପରେ ଜୋସ୍ ବଟ୍ଲରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ୮ ୱିକେଟରେ ବିଜୟୀ ହୋଇଛି। ଆରୋନ୍ ଫିଞ୍ଚ୍ଙ୍କ ୪୪ ରନ୍ ସତ୍ତ୍ବେ ଅଷ୍ଟ୍ରେଲିଆ ଶେଷ ବଲ୍ରେ ୧୨୫ ରନ୍କରି ଅଲ୍ଆଉଟ ହୋଇଥିଲା। ପରେ ୫୦ଟି ବଲ୍ ବାକିଥାଇ ୨ ୱିକେଟ ହରାଇ ଇଂଲଣ୍ଡ ଜିତିଥିଲା। ‘ଗ୍ରୁପ୍ ଅଫ୍ ଡେଥ୍’ରେ ୩ୟ ମ୍ୟାଚ୍ରେ ୩ୟ ବିଜୟ ପରେ ଇଂଲଣ୍ଡ ସେମିଫାଇନାଲ ଖେଳିବାର ନିକଟତର ହୋଇଛି। ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ୨ଟି ମ୍ୟାଚ୍ରେ ପରାସ୍ତ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ପରାଜୟ ଭୋଗିଛି।
ଗ୍ରୁପ୍-୧ର ଅନ୍ୟ ଏକ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୪ ୱିକେଟରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି। ପାଥୁମ୍ ନିଶଙ୍କାଙ୍କ ୭୨ ରନ୍ ବଳରେ ପ୍ରଥମେ ବ୍ୟାଟିଂକରି ଶ୍ରୀଲଙ୍କା ଶେଷ ବଲ୍ରେ ୧୪୨ ରନ୍କରି ଅଲ୍ଆଉଟ ହୋଇଥିଲା। ପରେ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ୪୬ ରନ୍ର ଲଢ଼ୁଆ ଇନିଂସ ଖେଳିବା ପରେ ୱାନିନ୍ଦୁ ହସରଙ୍ଗା ହ୍ୟାଟ୍ରିକ୍ ନେଇ ମ୍ୟାଚ୍କୁ ରୋଚକ ସ୍ଥିତିକୁ ଆଣିଥିଲେ। ଶେଷ ଓଭରରେ ଡେଭିଡ୍ ମିଲରଙ୍କ କ୍ରମାଗତ ୨ଟି ଛକା ବଳରେ ଦକ୍ଷିଣ ଆଫ୍ରିକା ଗୋଟିଏ ବଲ୍ ବାକିଥାଇ ୬ ୱିକେଟ ହରାଇ ଜିତିଥିଲା। ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିବା ଦକ୍ଷିଣ ଆଫ୍ରିକା କ୍ରମାଗତ ୨ୟ ମ୍ୟାଚ୍ ଜିତି ସେମିଫାଇନାଲ ଖେଳିବା ଆଶା ବଜାୟ ରଖିଛି। କ୍ରମାଗତ ୨ଟି ମ୍ୟାଚ୍ ହାରିବା ପରେ ୩ଟି ମ୍ୟାଚ୍ରୁ ୨ ପଏଣ୍ଟ ପାଇଥିବା ଶ୍ରୀଲଙ୍କା ସଙ୍କଟରେ ପଡ଼ିଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍