
ଆରଡି: ପବିତ୍ର ଶାରଦୀୟ ଦୁର୍ଗାପୂଜା ପାଇଁ ପଲ୍ଲିଠାରୁ ସହର ସବୁଠି ଉତ୍ସବମୁଖର। ଆରଡ଼ିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କର ପବିତ୍ର ମୂଳାଷ୍ଟମୀଠାରୁ ଷୋଡଶ ଦିବସୀୟ ପୂଜା ଚାଲିଥିବା ବେଳେ ମଙ୍ଗଳବାର ମା’ଙ୍କ ପୂଜାମଣ୍ଡପରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମନ୍ଦିରର ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତୀ, ମଣିବାବାଙ୍କ ପାଖରେ ରୁଦ୍ରାଭିଷେକ, ମା’ଙ୍କୁ ହଳଦୀ ପଞ୍ଚାମୃତ ସ୍ନାନ, ଘର୍ଷଣଲାଗି, ଘଟସ୍ଥାପନ, ଦ୍ବାରପାଳ ପୂଜା ସରିବା ପରେ ମା’ଙ୍କୁ ସର୍ବମଙ୍ଗଳା ବେଶରେ ସଜ୍ଜିତ କରାଯାଇ ଷୋଡଶ ପୂଜା କରାଯାଇଥିଲା। ସପ୍ତମୀଠାରୁ ଦଶହରା ପର୍ୟ୍ୟନ୍ତ ଅପରାଜିତା ମନ୍ତ୍ରରେ ପୂଜାର୍ଚ୍ଚନା କରାଯିବ। ସେହିପରି ମହାଷ୍ଟମୀରେ ସନ୍ଧିପୂଜା ଓ ବିଶ୍ବଶାନ୍ତି ଯଜ୍ଞ ଅନୁଷ୍ଠିତ ହେବ। ଚଳିତବର୍ଷ କୋଭିଡ କଟକଣା ବଳବତ୍ତର ରହିଥିବାରୁ କମ ସଂଖ୍ୟକ ସେବାୟତ କୋରନା କଟକଣା ଅବଲମ୍ବନ କରି ନୀତିକାନ୍ତି କରିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ମୃଣ୍ମୟୀ ଦେବୀଦୁର୍ଗାଙ୍କ ପୂଜା ମଣ୍ଡପରେ କୋଭିଡ କଟକଣା ମଧ୍ୟରେ ପୂଜାର୍ଚ୍ଚନା କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍