September 19, 2024

Satya News

odia news channel

ଆଜି ବାର୍‌ ଆସୋସିଏସନ୍‌ ନିର୍ବାଚନରେ ମତଦାନ କରିବେ ୩୩ ହଜାର ଆଇନଜୀବୀ

 

 

ଆଜି ହାଇକୋର୍ଟ ବାର ସମେତ ରାଜ୍ୟର ସମସ୍ତ ବାର ଆସୋସିଏସନର ନିର୍ବାଚନ ହେବ । ୱାନ ବାର୍ ୱାନ ଭୋଟ ପଦ୍ଧତିରେ ରାଜ୍ୟର ୧୫୧ଟି ବାର ଆସୋସିଏସନ ରେ ଭୋଟ ଗ୍ରହଣ କରାଯିବ । ଏଥିରେ ପ୍ରାୟ ୩୩ ହଜାର ୪୦ ଜଣ ଆଇନଜୀବୀ ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ଷ୍ଟେଟ ବାର କାଉନସିଲ ପକ୍ଷରୁ ଭୋଟର ଲିଷ୍ଟ ପ୍ରସ୍ତୁତ କରାଯାଇଛି ।

ସକାଳ ୮ଟା ରୁ ଭୋଟ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ । ଅପରାହ୍ନ ୪ଟା ଠାରୁ ଭୋଟ ଗଣତି ଆରମ୍ଭ ହୋଇ ଫଳ ଘୋଷଣା ହେବ । ବାର କାଉନସିଲ ଅଫ ଇଣ୍ଡିଆର ନିର୍ଦ୍ଦେଶାବଳୀ ଅନୁଯାୟୀ ଭେରିଫିକେସନ କରାଯାଇ କେଉଁ ଭୋଟର କେଉଁ ବାର ଆସୋସିଏସନରେ ଭୋଟ ଦେବେ ତାହା ସ୍ଥିର କରାଯାଇଛି ।

 

Spread the love