
ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ଏମ୍ସ ଓପିଡି ଖୋଲିଛି। କରୋନାର ଦ୍ୱିତୀୟ ଲହର ଯୋଗୁଁ ବନ୍ଦ ଥିବା ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନର ବର୍ହିବିଭାଗ ଆଜି ଖୋଲିଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକ ରୋଗୀଙ୍କୁ ଚିକିତ୍ସା ପାଇଁ ଅନୁମତି ମିଳିବ ନାହିଁ । ପ୍ରତି ବିଭାଗ ବହିର୍ବିଭାଗରେ ଦୈନିକ ୪୦ରୁ ୫୦ ଲେଖାଏଁ ରୋଗୀଙ୍କୁ ଚିକିତ୍ସା କରାଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ତାଲାବନ୍ଦ ଖୋଲିବାର ପରବର୍ତ୍ତୀ ସମୟରେ ସ୍ଥିତି ଉପରେ ସମୀକ୍ଷା କରାଯାଇ ବହି ର୍ବିଭାଗ ଧୀରେ ଧୀରେ ଅଧିକ ରୋଗୀଙ୍କ ଚିକିତ୍ସା ପାଇଁ ଅନୁମତି ଦିଆଯିବ। ଏମ୍ସ ପକ୍ଷରୁ କୁହାଯାଇଛି ଯେ, ଡାକ୍ତର, ରୋଗୀ, ସମ୍ପର୍କୀୟ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଏପ୍ରିଲ ୨୬ ତାରିଖରୁ ଅସ୍ଥାୟୀ ଭାବେ ଓପିଡିକୁ ବନ୍ଦ ରଖାଯାଇଥିଲା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍