April 29, 2026

ଆନ୍ଧ୍ର-ଓଡିଶା ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

 

ବନେଶ୍ୱର: ଆନ୍ଧ୍ର-ଓଡିଶା ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଚିଠିରେ ୪ଟି ପ୍ରସ୍ତାବ ରଖିଛନ୍ତି ଧର୍ମେନ୍ଦ୍ର । ଆନ୍ଧ୍ର-ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଲାଗି ସେ ପ୍ରସ୍ତାବ ଦେଇଛନ୍ତି। ଏଥିସହ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ ଲାଗି ମଧ୍ୟ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ବିବାଦୀୟ ଗାଁରୁ ସଶସ୍ତ୍ର ସୁରକ୍ଷା ବଳ ପ୍ରତ୍ୟାହାର ସହ ଜନ ପ୍ରତିନିଧି ଓ ଅଧିକାରୀଙ୍କ ବିରୋଧରେ ଥିବା ମାମଲା ଉଠାଇବାକୁ ସେ ପ୍ରସ୍ତାବ ଦେଇଛନ୍ତି। ନୂତନ ଢାଞ୍ଚାଗତ ନିର୍ମାଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ଚିଠିରେ ଉଲ୍ଲେଖ ରହିଛି। ଏଥିସହ ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ବ୍ୟକ୍ତିଗତ ସ୍ତରରେ ସମର୍ଥନ ଦେବାକୁ ଧର୍ମେନ୍ଦ୍ର ପ୍ରତିଶ୍ରୁତି ଦେଇଛନ୍ତି।

Spread the love