January 23, 2026

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ମହାବିରୋଡ ଫାଣ୍ଡି ଅଧିକାରୀଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

 

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ମହାବିରୋଡ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ୭ଟି ଘର ଓ ଫାର୍ମ ହାଉସରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।

ଢେଙ୍କାନାଳର ଭିଜିଲାନ୍ସ ସ୍ପେଶାଲ୍ ଜଜଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଦେଶ ବଳରେ ମହାବିରୋଡ ଫାଣ୍ଡି ଅଧିକାରୀଙ୍କ ଢେଙ୍କାନାଳ ସହରରେ ୨ଟି ଦୁଇମହଲା କୋଠା, ଗଁଦିଆ ଥାନା ଅନ୍ତର୍ଗତ ଏକ ଫାର୍ମ ହାଉସ୍, ପ୍ରାୟ ୩୦୦ ଗ୍ରାମ୍ ସୁନା ଏବଂ ନଗଦ ଏକ ଲକ୍ଷ ଟଙ୍କାର ଏପର୍ଯ୍ୟନ୍ତ ସନ୍ଧାନ କରାଯାଇଛି। ମହାବିରୋଡ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ସଂପତ୍ତିର ଆକଳନ ଚାଲିଛି। ଏନେଇ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Spread the love