ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚାଲିଥିବା ଯୋଜନାକୁ ରାଜ୍ୟ କଂଗ୍ରେସ ବିରୋଧ କରିଛି। ଏହାର ପ୍ରତିବାଦରେ କଂଗ୍ରେସ କର୍ମୀ ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତି ନିକଟରେ ଆଜି ପ୍ରତିବାଦ ଜଣାଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସହ ଅନ୍ୟ କର୍ମୀ ପ୍ରତିବାଦ ଜଣାଇ ଧାରଣା ଦେଇଛନ୍ତି।
ସୂଚନାଥାଉ କି, ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଏହି ସ୍ଥାପତ୍ୟ ରାଜଭବନ ଛକକୁ ସ୍ଥାନାନ୍ତର କରାଯିବ । ଏ ନେଇ ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଥିବା ଜଣାଇଥିଲେ ସଂସ୍କୃତି ନିର୍ଦ୍ଦେଶକ। ଭୁବନେଶ୍ୱର ସ୍ମାର୍ଟ ଜନପଥର ବିକାଶ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟିମୋଡାଲ ହବ୍ ନିର୍ମାଣ ଲାଗି ଯୋଜନା ରହିଛି । ଏହାସହ ମାଷ୍ଟରକ୍ୟାଣ୍ଟିନ ଦେଇ ଫ୍ଲାଏଓଭର ନିର୍ମାଣ ହେଲେ ଏହି ଛକରେ ଥିବା ଘୋଡ଼ା ଏବଂ ଯୋଦ୍ଧା ମୂର୍ତ୍ତି ଠିକ୍ରେ ଦେଖାଯିବ ନାହିଁ ବୋଲି କହିଛନ୍ତି ସଂସ୍କୃତି ନିର୍ଦ୍ଦେଶକ ।
ଗତ ୮ ତାରିଖରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏହି ଘୋଡା ଏବଂ ଯୋଦ୍ଧା ମୂର୍ତ୍ତିର ସ୍ଥାନାନ୍ତର ପ୍ରକ୍ରିୟା ମାସକ ମଧ୍ୟରେ ସରିବ। ରାଜଭବନର ଗୋଲେଇ ଛକରେ ଏହି ଘୋଡ଼ା ଏବଂ ଯୋଦ୍ଧା ମୂର୍ତ୍ତିକୁ ସ୍ଥାପନ କରାଯିବ।
ଏଥିଲାଗି ଏହି ସ୍ଥାପତ୍ୟକୁ ରାଜଭବନ ଛକକୁ ସ୍ଥାନାନ୍ତର ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ସେ ଗତକାଲି ସୂଚନା ଦେଇଥିଲେ ।ମାଷ୍ଟର କ୍ୟାଣ୍ଟିନ ଛକରେ ଏହି ମୂର୍ତ୍ତିକୁ ୧୯୮୮ ମସିହାରେ ସ୍ଥାପନ କରାଯାଇଥିଲା । ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏହି ମୂର୍ତ୍ତିର ନିର୍ଣାଣ କରିଥିଲେ ।
ଏହାକୁ ବିରୋଧ କରି କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ଏହି ମୂର୍ତ୍ତି ଖାଲି ଘୋଡାର ମୂର୍ତ୍ତି ନୁହେଁ, ଏହା ଓଡ଼ିଶାର ସମ୍ମାନ, ରାଜ୍ୟ ସରକାରଙ୍କ ସିମ୍ବଲ। ଏହା କଳିଙ୍ଗ ଯୁଦ୍ଧର ଘୋଡା..ଯୋଦ୍ଧା। ଏହାକୁ ବିଜୁ ପଟ୍ଟନାୟକ, ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ ପ୍ରମୁଖଙ୍କ ଉଦ୍ୟମରେ ଏହି ଘୋଡା ଏହାକୁ ଏଠାରେ ସ୍ଥାପନ କରାଯାଇଛି। ତାହାକୁ ଉଠାଇବାକୁ ଦେବୁ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଯଦି ରାଜଭବନ ସମ୍ମୁଖରେ ଘୋଡା ସ୍ଥାପନ କରିବାର ଅଛି ତେବେ ଆଉ ଏକ ଘୋଡ଼ା ନିର୍ମାଣ କରି ଦେବାକୁ କଂଗ୍ରେସ ପକ୍ଷରୁ କୁହାଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍