November 22, 2024

Satya News

odia news channel

ଏକାସଙ୍ଗେ ଆକ୍ରମଣ କଲେ ୩ଟି ଭାଲୁ, ବିଲରେ ପଡି ଛଟପଟ ହେଉଥିବା ଅବସ୍ଥାରେ ଉଦ୍ଧାର

 

ବାରିପଦା ୩୦।୭: ବିଲ ଦେଖିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର । ମୟୂରଭଞ୍ଜ ଜିଲ୍ଲା ସାରଶକଣା ବ୍ଲକ ଡିଘି ଗାଁର ୪୮ ବର୍ଷ ବୟସ୍କ ଭାଜରାୟ ମାଝି ନାମକ ଜଣେ ବ୍ୟକ୍ତି ଶୁକ୍ରବାର ଭୋର ସମୟରେ ନିଜ ବିଲକୁ ପାଣି ଦେଖିବାକୁ ଯାଇଥିବା ସମୟରେ ୩ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ ।

ତେବେ ସେଠାରୁ ସେ କୌଣସି ମତେ ଖସି ଆସି ନିଜ ବିଲ ଆଡିରେ ପଡି ରହି ଚିତ୍କାର କରୁଥିଲେ । ଏହା ଶୁଣି ପାଖରେ ଥିବା ଗ୍ରାମବାସୀମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ବାରିପଦା ପି.ଆର୍.ଏମ. ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି । ଭାଜରାୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଡାହାଣ ହାତ ଭାଙ୍ଗି ଯାଇଛି । ତେବେ ଏବେ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।

Spread the love