February 15, 2026

ଏଣିକି କମ୍ପାନୀଠାରୁ ସିଧାସଳଖ ଟିକା କିଣି ପାରିବେ ଘରୋଇ ହସ୍ପିଟାଲ-ପରିବାର କଲ୍ୟାଣ ନିର୍ଦ୍ଦେଶକ

 

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଛି କରୋନା ସଂକ୍ରମଣ।  ତୃତୀୟ ଲହର ଆସୁ କି ନ ଆସୁ ଟିକାକରଣକୁ ଜୋରଦାର କରିବାକୁ ଜାରି ରହିବ ଉଦ୍ୟମ । କରୋନା କଟକଣା ପାଳନରେ ଢିଲା ନଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଭୁତାଣୁକୁ ଦୂରେଇବା ପାଇଁ ସମସ୍ତେ ଟିକା ନେବା ଦରକାର। ତୃତୀୟ ଲହରର ପ୍ରଭାବ କଣ ରହିବ ଏବେଠୁ କହିହେବନି।  ଭୁତାଣୁର ମ୍ୟୁଟେସନ ହେଉଛି ।  ତେଣୁ ତା ପାଇଁ ଆଶଙ୍କା ରହୁଛି । ଦ୍ୱିତୀୟ ଲହରରେ ଯେମିତି ଅସୁବିଧାରେ ପଡିଲେ ତତୀୟ ଲହରରେ ବି ଅସୁବିଧାର ସମ୍ମୁଖୀନ ହେବାକୁ ପ଼ଡିପାରେ। ତେବେ ଆମେ ସମସ୍ତେ ମିଳିମିଶି କାମକଲେ ଏହାର କିଛି ପ୍ରଭାବ ପଡ଼ିବନି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ସୂଚନାଥାଉ କି, ଦେଶରେ ବର୍ତ୍ତମାନ ୨୮ କୋଟି ୮୭ ଲକ୍ଷ ୬୬ ହଜାର ୨୦୧ ଡୋଜ୍ ଟିକାକରଣ ହୋଇଛି। ତେବେ ଦେଶରେ ଚିନ୍ତା ବଢ଼ାଉଛି କରୋନା ଭୂତାଣୁର ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟ। କାରଣ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଚିହ୍ନଟ ହେଉଥିବାବେଳେ ମହାରାଷ୍ଟ୍ରରେ ୨୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏନେଇ ସ୍ପଷ୍ଟ କରିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ। ଏହା ଏବେ   ମହାରାଷ୍ଟ୍ର ସରକାରଙ୍କର ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଦେଶରେ ବିଶେଷ କରି ମହାରାଷ୍ଟ୍ର ଏବଂ କେରଳରେ ଏକାଧିକ ମାମଲା ସାମ୍ନାକୁ ଆସିଲାଣି।

ରାଜ୍ୟରେ ଏହି ମ୍ୟୁଟାଣ୍ଟ ରୋଗୀ ଦେଖିବାକୁ ମିଳି ନ ଥିଲେ ହେଁ, ମୃତ୍ୟୁ ସଂଖ୍ୟା ଚିନ୍ତା ବଢଉଛି। ସଂକ୍ରମଣ ହାର କମୁଥିଲେ ହଁ ମୃତ୍ୟୁ ସଂଖ୍ୟା କମୁ ନାହିଁ। ଆଜି ୩୮ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୩୬୭୧ କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ  ୨୯୫୭ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ୪୫୮୭ ଜଣ କରୋନା ମୁକ୍ତ ହୋଇଛନ୍ତି। ଆଜିର ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ପଜିଟିଭ ସଂଖ୍ୟା ୮,୮୩,୪୯୦ ଥିବାବେଳେ ସୁସ୍ଥ ହୋଇଛନ୍ତି ୮,୪୪,୮୦୧। ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ ରହିଛି ୩୪,୯୬୫।

Spread the love