
ସମ୍ବଲପୁର ୩୦।୬: ଏସପି ଅଫିସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । କିରୋସିନି ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କଲା ବେଳେ ଅଟକାଇଲେ ପୋଲିସ ଅଧିକାରୀ । ଯୁବକ ଜଣଙ୍କ ଅଇଁଠାପାଲି ଥାନା ଅଞ୍ଚଳର ଦୀପଲାଲ ବାଗ । ତାଙ୍କ ଘର ଅଇଁଠାପାଲି ଥାନା ଅଞ୍ଚଳରେ ହୋଇଥିବାବେଳେ ତାଙ୍କ ସ୍ତ୍ରୀଙ୍କ ଘର ଖେତରାଜପୁର ଥାନା ଅଞ୍ଚଳରେ ।
ପାରିବାରିକ କଳହକୁ ନେଇ ଖେତରାଜପୁର ଥାନାରେ ଉଭୟ ପକ୍ଷରୁ ମାମଲା ହୋଇଛି । ଫଳରେ ଯୁବକ ଜଣଙ୍କ ନ୍ୟାୟ ପାଇଁ ଏଭଳି କାଣ୍ଡ ଭିଆଇଛନ୍ତି । ପୋଲିସ ଉଦ୍ଧାର କରି ତାଙ୍କୁ ହସ୍ପିଟାଲ ପଠାଇଥିବା ଖେତରାଜପୁର ଥାନା ଅଧିକାରୀ କହିଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍