କଟକ: ଓଡ଼ିଶା ବ୍ୟାଡମିଣ୍ଟନରେ ନୂଆ ଇତିହାସ ରଚିଛନ୍ତି ଶ୍ବେତପର୍ଣ୍ଣା ପଣ୍ଡା। ପ୍ରଥମ ଓଡ଼ିଆ ମହିଳା ବ୍ୟାଡମିଣ୍ଟନ ଖେଳାଳିଭାବେ ଶ୍ବେତପର୍ଣ୍ଣା ବିଡବ୍ଳୁଏଫ୍ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲରେ ପହଞ୍ଚିଛନ୍ତି। ବଡ ଭଉଣୀ ଋତୁପର୍ଣ୍ଣା ପଣ୍ଡା ଯାହା କରିବାରେ ଏପର୍ଯ୍ୟନ୍ତ ସଫଳ ହୋଇନଥିଲେ ସାନ ଭଉଣୀ ଶ୍ବେତପର୍ଣ୍ଣା ତାହା କରି ଇତିହାସ ରଚିଛନ୍ତି।ଓଡ଼ିଶା ସରକାର, ଜାତୀୟ ବ୍ୟାଡମିଣ୍ଟନ ମହାସଂଘ, ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଓଡ଼ିଶା ଓ ବିଶ୍ବ ବ୍ୟାଡମିଣ୍ଟନ ମହାସଂଘର ମିଳିତ ସହଯୋଗରେ ଜବାହରଲାଲ ନେହରୁ ଇନଡୋର ଷ୍ଟାଡ଼ିୟମରେ ଚାଲିଥିବା ପ୍ରଥମ ବିଡବ୍ଲୁଏଫ୍ ଓଡ଼ିଶା ଓପନ ସୁପର-୧୦୦ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ମିଶ୍ରିତ ବର୍ଗ ସେମିଫାଇନାଲରେ ଶ୍ବେତପର୍ଣ୍ଣା ପଣ୍ଡା ପ୍ରବେଶ କରିଛନ୍ତି।
ଲକ୍ଷ୍ନୌରେ ଆୟୋଜିତ ସୟଦ ମୋଦି ସୁପର-୫୦୦ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିବା ଶ୍ବେତପର୍ଣ୍ଣା ଓ ବାଲକେଶରୀ ଯାଦବ ଯୋଡିଙ୍କ ଚମକ କଟକରେ ଦେଖିବାକୁ ମିଳିଛି। ଶୁକ୍ରବାର ଖେଳାଯାଇଥିବା ମିଶ୍ରିତ କ୍ବାର୍ଟର ଫାଇନାଲରେ ଶ୍ବେତପର୍ଣ୍ଣା-ବାଲକେଶରୀ ଯୋଡ଼ି ୨୧-୧୨ ଓ ୨୧-୧୨ରେ ରାହୁଲ କୁମାର ସାହା-ରୁଦ୍ରାଣୀ ଜସୱାଲଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ଶ୍ବେତପର୍ଣ୍ଣା-ବାଲକେଶରୀ ଯୋଡ଼ି ସେମିଫାଇନାଲ ମ୍ୟାଚ ଏମ.ଆର ଅର୍ଜୁନ ଓ ତ୍ରିଶା ଜୋଲିଙ୍କ ସହିତ ଖେଳିେବ। ସେହିପରି ମହିଳା ଏକକ କ୍ବାର୍ଟର ଫାଇନାଲରେ ଉନାତି ହୋଦା ୨୧-୧୦, ୨୧-୧୫ରେ ସାମିଆ ଇମାଦ ଫାରୁକ୍ଙ୍କୁ, ମାଳବିକା ବଂଶଦ ୨୧-୧୩, ୧୬-୨୧, ୨୧-୧୭ରେ ତାନ୍ୟା ହେମନାଥଙ୍କୁ, ସ୍ମିଥ ତୋସନିୱାଲ ୮-୨୧, ୨୧-୯ ଓ ୨୧-୧୪ରେ ଇସିକା ଜସୱାଲଙ୍କୁ ଓ ଅସ୍ମିତା ଛେଲିଆ ୨୧-୧୭ ଓ ୨୧-୧୫ରେ ରୁଚା ସାୱନ୍ତଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ସେମିଫାଇନାଲରେ ମାଳବିକା- ଉନାତି ହୋଦାଙ୍କୁ ସ୍ମିଥ୍ ତୋସନିୱାଲ-ଅସ୍ମିତା ଛେଲିଆଙ୍କୁ ଭେଟିବେ। ପୁରୁଷ ଏକକ କ୍ବାର୍ଟର ଫାଇନାଲରେ ପ୍ରିୟାଂଶୁ ରାଜୱତ ୧୩-୨୧, ୨୧-୧୪ ଓ ୨୧-୮ରେ ମିଥୁନ ମଞ୍ଜୁନାଥଙ୍କୁ, କିରଣ ଜଜ୍ ୨୧-୧୬, ୧୦-୨୧ ଓ ୨୧-୧୯ରେ ଶୁଭଙ୍କର ଦେଙ୍କୁ , ଅଂଶୁଲ ଯାଦବ ୨୧-୧୫, ୨୩-୨୧ରେ ତରୁଣ ମାନପଲାଇଙ୍କୁ, କୁଶଲ ଧର୍ମାମିର ୧୪-୨୧, ୨୧-୧୮ ଓ ୨୧-୧୮ରେ ଅଭୟାଂଶ ସିଂହଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି।
ସେମିଫାଇନାଲରେ କୁଶଲ- ପ୍ରିୟାଂଶୁଙ୍କୁ, ଅଂଶୁଲ-କିରଣଙ୍କୁ ଭେଟିବେ। ମହିଳା ଯୁଗଳ ବର୍ଗ କ୍ବାର୍ଟର ଫାଇନାଲରେ ତ୍ରିଶା ଜୋଲି – ଗାୟତ୍ରୀ ପୁଲେଲା ଗୋପିଚାନ୍ଦ ଯୋଡ଼ି ୨୧-୭, ୨୧-୧୩ରେ ବୈଷ୍ଣବୀ କାଦରକର-ଏଲୋରା କୋନର ଯୋଡ଼ିଙ୍କୁ, ସାୟୋଙ୍ଗିତା ଘରପାଡେ-ଶ୍ରୁତି ମିଶ୍ରା ଯୋଡ଼ି ୨୧-୫, ୨୧-୭ରେ ଆତ୍ମାଜ୍ୟୋତି ରାୟବର୍ମନ-ସାମିଆ ସାହା ଯୋଡ଼ିଙ୍କୁ, ଅରୁଲ ବାର୍ଲା ରାଧାକ୍ରିଷ୍ଣନ-ନିତା ଭାଲୁଭାନ ଯୋଡ଼ି ୨୧-୧୧ ଓ ୨୧-୩ରେ ରୁଦ୍ରାଣୀ ଜସୱାଲ-ଜମଲ୍ଲାଦ୍ଦିନ ଅନେଶ କୌଶରଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ