February 11, 2026

ଓଡ଼ିଶା ନିର୍ମାଣ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ: ରାଜ୍ୟପାଳ

 

ଭୁବନେଶ୍ୱର: ଗୋଟିଏ ସ୍ଥାନରେ ସବୁ ଛୋଟ ଓ ବଡ଼ ଉଦ୍ୟୋଗୀଙ୍କୁ ଏକାଠି କରିବା ଓ ରାଜ୍ୟରେ ଶିଳ୍ପ ପାଇଁ ଏକ ପ୍ରଗତୀଶୀଳ ବାତାବରଣ ସୃଷ୍ଟି କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଆରମ୍ଭ କରିଥିଲେ ଏଣ୍ଟରପ୍ରାଇଜେସ୍ ଓଡ଼ିଶା। ଗତ ନଭେମ୍ବର ୧୭ରୁ ଆରମ୍ଭ ହୋଇଥିବା ୨୩ତମ ସଂସ୍କରଣ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା-୨୦୨୧’ ଉଦଯାପିତ ହୋଇଯାଇଛି। ଆଜି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମସ୍ତ ଘରୋଇ ଉଦ୍ୟୋଗ ଓଡ଼ିଶା ନିର୍ମାଣ ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଅସିତ ତ୍ରୀପାଠି କହିଥିଲେ ଯେ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଅନେକ ଉନ୍ନତି କରିଛି। ଭିତ୍ତିଭୂମି ମଧ୍ୟ ସୁଦୃଢ ହେଉଛି। ଆଇସି ସଚିବ ମନୋଜ ମିଶ୍ର ପ୍ରଯୁକ୍ତିବିଦ୍ୟାରେ ଓଡ଼ିଶା ବହୁତ ବିକାଶ ହୋଇଛି ଏବଂ ଆଗକୁ ଆହୁରି ବିକାଶ ହେବ ବୋଲି କହିଥିଲେ।

Spread the love