- ପୋଲିସ ପଞ୍ଝାରେ ୭ ସାଇବର ଲୁଟେରା
- କମିଶନରେଟ ପୋଲିସ ପଞ୍ଝାରେ ପଡ଼ିଛନ୍ତି ସାଇବର ଲୁଟେରା
- ୧୫୦ ମୋବାଇଲ, ୧୭ ହଜାର ସିମ୍ କାର୍ଡ ଜବତ, ୭ ଗିରଫ
- କଟକରେ ଅଫିସ କରି ସାଇବର ଅପରାଧ ଚଳାଇଥିଲେ
- ପ୍ରି-ଆକ୍ଟିଭେଟେଡ୍ ସିମ୍ ଜରିଆରେ ଅପରାଧିକ କାର୍ଯ୍ୟ କରୁଥିଲେ
- ଠକାମୀ କରିବା ପରେ ସିମଗୁଡ଼ିକୁ ନଷ୍ଟ କରି ଦେଉଥିଲେ
- ଏନେଇ ସୂଚନା ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ
ଭୁବନେଶ୍ୱର: କମିଶନରେଟ୍ ପୋଲିସ ପଞ୍ଝାରେ ପଡ଼ିଛନ୍ତି ୭ ସାଇବର ଲୁଟେରା। ସେମାନଙ୍କଠାରୁ ପୋଲିସ ୧୫୦ ମୋବାଇଲ, ୧୭ ହଜାର ସିମ୍ କାର୍ଡ ଜବତ କରିବା ସହ ୭ ଜଣଙ୍କୁ ମଧ୍ୟ ଗିରଫ କରିଛି। ସୂଚନା ଅନୁସାରେ, ଏମାନେ କଟକରେ ଏକ ସ୍ଥାୟୀ ଅଫିସ କରି ସାଇବର ଅପରାଧ ଚଳାଉଥିଲେ। ଅପରାଧ କରିବା ଲାଗି ସେମାନେ ପ୍ରି-ଆକ୍ଟିଭେଟେଡ୍ ସିମ୍ ମଧ୍ୟ କିଣୁଥିବା ପୋଲିସ କହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଠକାମୀ କରିବା ପରେ ସେମାନେ ସିମ୍ ଗୁଡ଼ିକ ନଷ୍ଟ କରୁଥିଲେ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି