
ସାଲେପୁର ୨୮।୭: ଗାଈ, ଗୋରୁ, ଷଣ୍ଢ ଅଳିଆଗଦା ଆଉ ଡଷ୍ଟବିନରୁ ଖାଦ୍ୟ ଖାଇବାର ଦୃଶ୍ୟ ଦେଖିଥିବେ। ବହୁ ଜଗାରେ ଖାଦ୍ୟ ନପାଇ ମାନସିକ ବିକାରଗ୍ରସ୍ତ ଲୋକ ମଧ୍ୟ ଡଷ୍ଟବିନରୁ ଖାଦ୍ୟ ଖାଇବାର ନଜିର ଦେଖିଥିବେ। ହେଲେ ଏଠି ମାଙ୍କଡ଼ ଡଷ୍ଟବିନରୁ ଖାଦ୍ୟ ଖାଇବାର ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଚନ୍ଦ୍ରାଦେଇପୁର ଗାଁରେ ଦେଖିବାକୁ ମିଳିଛି। ବନ୍ୟଜନ୍ତୁଙ୍କ ଖାଦ୍ୟର ଅଭାବକୁ ଏ ଦୃଶ୍ୟ ବୟାନ କରୁଛି। ଖାଦ୍ୟ ପାଇଁ ମାଙ୍କଡ଼ କେଉଁଠି ଘରେ ପଶି ପନିପରିବା ଖାଉଥିବାର ଦେଖିଥିବେ ହେଲେ ଏଠି ମାଙ୍କଡ଼ମାନେ ଡଷ୍ଟବିନରୁ ଉଣ୍ଡାଳି ଅଇଁଠା ଖାଦ୍ୟ ଖାଉଛନ୍ତି। ପ୍ରଶାସନ ଏହାର ପ୍ରତିକାର ପାଇଁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍