April 26, 2026

କରୁଣ ଦୃଶ୍ୟ : ଡଷ୍ଟବିନ୍‌ରୁ ଅଇଁଠା ଗୋଟାଇ ଖାଉଛନ୍ତି ମାଙ୍କଡ

 

ସାଲେପୁର ୨୮।୭: ଗାଈ, ଗୋରୁ, ଷଣ୍ଢ ଅଳିଆଗଦା ଆଉ ଡଷ୍ଟବିନରୁ ଖାଦ୍ୟ ଖାଇବାର ଦୃଶ୍ୟ ଦେଖିଥିବେ।  ବହୁ ଜଗାରେ ଖାଦ୍ୟ ନପାଇ ମାନସିକ ବିକାରଗ୍ରସ୍ତ ଲୋକ ମଧ୍ୟ ଡଷ୍ଟବିନରୁ ଖାଦ୍ୟ ଖାଇବାର ନଜିର ଦେଖିଥିବେ। ହେଲେ ଏଠି ମାଙ୍କଡ଼ ଡଷ୍ଟବିନରୁ ଖାଦ୍ୟ ଖାଇବାର ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଚନ୍ଦ୍ରାଦେଇପୁର ଗାଁରେ ଦେଖିବାକୁ ମିଳିଛି। ବନ୍ୟଜନ୍ତୁଙ୍କ ଖାଦ୍ୟର ଅଭାବକୁ ଏ ଦୃଶ୍ୟ ବୟାନ କରୁଛି। ଖାଦ୍ୟ ପାଇଁ ମାଙ୍କଡ଼ କେଉଁଠି ଘରେ ପଶି ପନିପରିବା ଖାଉଥିବାର ଦେଖିଥିବେ ହେଲେ ଏଠି ମାଙ୍କଡ଼ମାନେ ଡଷ୍ଟବିନରୁ ଉଣ୍ଡାଳି ଅଇଁଠା ଖାଦ୍ୟ ଖାଉଛନ୍ତି। ପ୍ରଶାସନ ଏହାର ପ୍ରତିକାର ପାଇଁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Spread the love