January 23, 2026

କଲ୍ୟାଣପୁର ଗ୍ରାମରେ ଆମ ପୁଲିସ ସମିତି ବୈଠକ

 

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଂଚାୟତର କଲ୍ୟାଣପୁର ଗ୍ରାମରେ ଗଞ୍ଜାମ ଥାନା ପକ୍ଷରୁ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ସରପଞ୍ଚ ଜି ସନ୍ତୋଷ ରେଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବର୍ତମାନ ପୁଲିସ ଓ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ରହିବା ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଚେତନତାର ଆବଶ୍ୟକତା ବୋଲି ମତପ୍ରକାଶ ପାଇଥିଲା। ଆଗାମୀ ଦିନରେ ଲୋକଙ୍କୁ ନେଇ କୁସଂସ୍କାର ବିରୁଦ୍ଧରେ ସଚେତନ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଏହି ବୈଠକରେ ଏସଆଇ ନାରାୟଣ କହ୍ନର, ସେକେଣ୍ଡ ଅଫିସର ଅଜିତ କୁମାର ପରିଡାଙ୍କ ସମେତ ଗ୍ରାମର ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ।

Spread the love