
ନୂଆଦିଲ୍ଲୀ : ଆଜି ଏୟାର ମାର୍ସାଲ ବିବେକ ରାମ ଚୌଧୁରୀ ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏୟାର ଚିଫ ମାର୍ସାଲ ଆରକେଏସ ଭାଦୁରିଆ ଅବସର ଗ୍ରହଣ କରିବା ପରେ ସେ ତାଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ।
ବାୟୁସେନା ମୁଖ୍ୟ ନିଯୁକ୍ତ ହେବା ପୂର୍ବରୁ ଏୟାର ମାର୍ସାଲ ଚୌଧୁରୀ ବାୟୁସେନାର ଉପମୁଖ୍ୟ ଓ ଓ୍ବେଷ୍ଟର୍ଣ୍ଣ ଏୟାର କମାଣ୍ଡର କମାଣ୍ଡର-ଇନ-ଚିଫ ଭାବେ କାର୍ଯ୍ୟକରିଥିଲେ । ଡିସେମ୍ବର ୨୯, ୧୯୮୨ରେ ଭାରତୀୟ ବାୟୁସେନାରେ ଜଣେ ଲଢୁଆ ପାଇଲଟଭାବେ ଯୋଗ ଦେଇଥିବା ଏୟାର ମାର୍ସାଲ ଭି.ଆର.ଚୌଧୁରୀଙ୍କ ୩୮୦୦ ଘଣ୍ଟାରୁ ଅଧିକ ସମୟ ଧରି ଉଡ଼ାଣ ଅଭିଜ୍ଞତା ରହିଛନ୍ତି ।
ସେ ବିଭିନ୍ନ ପ୍ରକାରର ଲଢୁଆ ଓ ତାଲିମ ବିମାନ ଚଳାଇବାର ଅଭିଜ୍ଞତା ରଖିଛନ୍ତି । ବାୟୁସେନାରେ ନିଜର ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି । ସେ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ)ର ଜଣେ ଛାତ୍ର ହୋଇଥିବାବେଳେ ଓ୍ବେଲିଂଟନ ସ୍ଥିତ ଡିଫେନ୍ସ ସର୍ଭିସେସ ଷ୍ଟାଫ କଲେଜରେ ମଧ୍ୟ ତାଲିମ ନେଇଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍