July 13, 2025

କିପରି ଟିକା ପ୍ରମାଣପତ୍ର ସହ ପାସପୋର୍ଟକୁ ଲିଙ୍କ୍ କରିବେ ? ଜାଣନ୍ତୁ

 

ନୂଆଦିଲ୍ଲୀ: ଟିକାକରଣ ପାଇଁ ସ୍ଲଟ ବୁକ କରିବା ସହ ଏବେ ଆଉ ଏକ ବଡ ସୁବିଧା ଯୋଗାଇଦେଉଛି କେନ୍ଦ୍ର ସରକାରଙ୍କ କୋୱିନ୍ ପୋର୍ଟାଲ୍ | ବର୍ତ୍ତମାନ କୋୱିନ୍ ପୋର୍ଟାଲ୍ ବ୍ୟବହାରକାରୀଙ୍କୁ ସେମାନଙ୍କର ଟିକାକରଣ ପରେ ମିଳୁଥିବା ପ୍ରମାଣପତ୍ରଗୁଡ଼ିକୁ ଯାତ୍ରା ସମୟରେ ବ୍ୟବହାର ପାଇଁ ପାସପୋର୍ଟ ସହିତ ଲିଙ୍କ୍ କରିବାକୁ ସକ୍ଷମ କରୁଛି | ବିଦେଶ ଯାତ୍ରା ସମୟରେ ଟିକାକରଣର ପ୍ରମାଣପତ୍ର ମଗାଯାଉଥିବା ବେଳେ ଏବେ ଯାତ୍ରୀମାନେ ନିଜ ପାସପୋର୍ଟ ସହ ଏହାକୁ ଲିଙ୍କ କରି ସହଜରେ ଯାତ୍ରା କରିପାରିବେ |

ଏନେଇ ଆରୋଗ୍ୟ ସେତୁ ଟୁଇଟ କରି ଜଣାଇଛି | ଟୁଇଟରେ ଲେଖାଯାଇଛି ଯେ, ବର୍ତ୍ତମାନ, ଆପଣ ଆପଣଙ୍କର ଟିକାକରଣ ପ୍ରମାଣପତ୍ରରେ ଆପଣଙ୍କର ପାସପୋର୍ଟ ନମ୍ବର ଅପଡେଟ୍ କରିପାରିବେ | ସେଥିପାଇଁ www. cowin.gov.in.ରେ ଲଗ ଇନ କରି ରେଜ ଆନ ଇସୁ ବିକଳ୍ପ ବାଛନ୍ତୁ | ଏହା ପରେ ପାସପୋର୍ଟ ବିକଳ୍ପ ବାଛି ଡ୍ରପ୍ ଡାଉନ୍ ମେନୁରୁ ସେହି ବ୍ୟକ୍ତିଙ୍କୁ ବାଛନ୍ତୁ, ଯାହାର ଟିକାକରଣ ପ୍ରମାଣପତ୍ରରେ ଆପଣ ପାସପୋର୍ଟ ନମ୍ବର ଅପଡେଟ୍ କରିବାକୁ ଚାହୁଁଛନ୍ତି | ଏହା ପରେ ପାସପୋର୍ଟ ନମ୍ବର ପ୍ରବେଶ କରି ବିବରଣୀ ଦାଖଲ କରନ୍ତୁ |

ଯଦି ଟିକା ପ୍ରମାଣପତ୍ର ଏବଂ ପାସପୋର୍ଟ ମଧ୍ୟରେ ସବିଶେଷ ତଥ୍ୟର ମେଳ ଖାଉ ନାହିଁ, ତେବେ ସବିଶେଷ ତଥ୍ୟ ମଧ୍ୟ ଏଡିଟ୍ କରିପାରିବେ | ଏଥିପାଇଁ www. cowin.gov.in. ରେ ଲଗ ଇନ କରି ‘ରେଜ ଆନ ଇସୁ’ ବିକଳ୍ପ ବାଛନ୍ତୁ | ଏହା ପରେ ‘କରେକସନ ଇନ ସାର୍ଟିଫିକେଟ୍’ ବିକଳ୍ପ ଉପରେ କ୍ଲିକ୍ କରି ଡ୍ରପ୍-ଡାଉନ୍ ମେନୁରୁ ସେହି ବ୍ୟକ୍ତିଙ୍କୁ ବାଛ, ଯାହାର ବିବରଣୀ ଆପଣ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି | ଏହା ପରେ ବିବରଣୀ ପରିବର୍ତ୍ତନ କରି ସବମିଟ ବିକଳ୍ପ ଉପରେ କ୍ଲିକ କରନ୍ତୁ |

Spread the love