
ବ୍ରହ୍ମପୁର ୦୧/୦୪: ବ୍ରହ୍ମପୁରରେ ରବିବାର ମଧ୍ୟାହ୍ନରେ ବିଧିବଦ୍ଧ ଭାବେ ଉଦଘାଟିତ ହୋଇଛି ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ । ଦେଢ଼ଶହ ବର୍ଷରୁ ଅଧିକ ପୁରାତନ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏହି ମାନ୍ୟତା ପ୍ରଦାନ ସହ ସେହି କ୍ୟାମ୍ପସରେ ନୂଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିଛି । ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ଏସଓଡି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ।
ଉଦଘାଟନୀ ସଭାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି, ନୂଆ ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ପ୍ରଫେସର ପି. କେ. ମହାନ୍ତି ମଞ୍ଚାସୀନ ଥିଲେ । କୁଳସଚିବ ପ୍ରଫେସର ଉତ୍ତମା ଜେନା ସଭା ସଂଯୋଜନା କରିଥିଲେ ।ବିଶ୍ବବିଦ୍ୟାଳୟର ଭବିଷ୍ୟତ କିଭଳି ଉଜ୍ଜ୍ବଳମୟ ହେବ ତାହା ଉପରେ ସମସ୍ତେ ଗୁରୁତ୍ବାରୋପ କରିଥିଲେ । ବର୍ତ୍ତମାନ ନୂଆ ବିଭାଗ କିମ୍ବା ବିଦ୍ୟାର୍ଥୀ ବୃଦ୍ଧି ଅପେକ୍ଷା ଯାହା ରହିଛି ତାହାର ବିକାଶ କରି ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇ ଦକ୍ଷିଣ ଓଡ଼ିଶାବାସୀଙ୍କ ଦୀର୍ଘଦିନର ଅଭିଳାଷ ପୂରଣ କରିଥିବାରୁ ସାଂସଦ, ବିଧାୟକ ଓ ପୂର୍ବତନ ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍