September 16, 2025

ଖୁବ୍ ଶୀଘ୍ର ଓଡ଼ିଶାର ସମସ୍ତ ଜଳ ବିବାଦର ସମାଧାନ ହେବ: କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

ଭୁବନେଶ୍ୱର: ଖୁବ୍ ଶୀଘ୍ର ଓଡ଼ିଶାର ସମସ୍ତ ଜଳ ବିବାଦର ସମାଧାନ ହେବ ବୋଲି କେନ୍ଦ୍ର ଆଦିବାସୀ ଓ ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ କହିଛନ୍ତି। ସେ ଆହୁରି କହିଛନ୍ତି, ଟ୍ରିବ୍ୟୁନାଲରେ ଥିବା ସମସ୍ତ ମାମଲାକୁ ଅନୁଧ୍ୟାନ କରାଯାଉଛି। ଆଶା କରାଯାଉଛି, ଖୁବ ଶୀଘ୍ର ଓଡ଼ିଶାର ସମସ୍ତ ନଦୀର ଜଳ ବିବାଦର ସମାଧାନ ହୋଇଯିବ। ଆଦିବାସୀ ବିଭାଗ ପାଇଁ ଅନେକ ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାର ରାଜ୍ୟବାସୀଙ୍କ ପାଇଁ ଯେଉଁ ଅର୍ଥ ପଠାଉଛନ୍ତି, ତାହାକୁ କାର୍ଯ୍ୟକାରୀ କରିବା ରାଜ୍ୟ ସରକାରଙ୍କର ଦାୟିତ୍ୱ ବୋଲି ବି ସେ କହିଛନ୍ତି।

ସୂଚନାଯୋଗ୍ୟ, ଜନ ଆଶୀର୍ବାଦ ଯାତ୍ରା ଲାଗି ଆଜି ୬ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ର ଆଦିବାସୀ ଓ ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

Spread the love