July 1, 2025

ଗଣେଶ ବିସର୍ଜନବେଳେ ଗଣ୍ଡଗୋଳ

 

ବାଲିଅନ୍ତା : କମିସନରେଟ ପୁଲିସ ପାହାଳ ଥାନା ଅନ୍ତର୍ଗତ ୪ ନମ୍ବର ୱାର୍ଡ ନହରକଣ୍ଟା ଅଞ୍ଚଳରେ ଶୁକ୍ରବାର ରାତିରେ ଗଣେଶ ମୂର୍ତ୍ତି ଭସାଣ ଶୋଭାଯାତ୍ରାକୁ ନେଇ ଗଣ୍ଡଗୋଳ ଘଟିଛି। ଢେଲା ପଥର ମାଡ଼ ହୋଇଥିବାବେଳେ ୫ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଉତ୍ତେଜନା ଲାଗି ରହିଥିବାବେଳେ ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ରହିଛି।
ପୁଲିସ ସୂଚନା ଅନୁସାରେ ନହରକଣ୍ଟା ଗଡ଼ସାହିର ଗଣେଶ ମେଢ଼ ଭସାଣ ଶୋଭାଯାତ୍ରା ଚାଲିଥିବାବେଳେ ଅନ୍ୟ ଏକ ସାହିର ଶୋଭାଯାତ୍ରା ଗଡ଼ସାହି ଭିତରେ ପ୍ରବେଶ କରିଥିଲା। ଏହି ସମୟରେ ଉଭୟ ପକ୍ଷ ଶୋଭାଯାତ୍ରାକାରୀଙ୍କ ମଧ୍ୟରେ ବଚସା ହୋଇଥିଲା। କିଛି ଲୋକ ଶୋଭାଯାତ୍ରାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। କ୍ରମଶଃ ଘଟଣା ଉଗ୍ରରୂପ ଧାରଣ କରିଥିଲା। ହାତାହାତି ଓ ଢେଲା ପଥର ମାଡ଼ରେ ୫ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବାବେଳେ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ସହକାରୀ ପୁଲିସ ଆୟୁକ୍ତ, ପୁଲିସ ସଦଳବଳେ ପହଞ୍ଚି ପରିସ୍ଥିତି ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ରିପୋର୍ଟ ଲେଖା ହେବାବେଳକୁ
ଉ‌େ‌ତ୍ତଜନା ଲାଗି ରହିଛି। ଘଟଣାସ୍ଥଳରେ ପୁଲିସ ମୁତୟନ ରହିଥିବା ସୂଚନା ମିଳିଛି। ପ୍ରକାଶଯୋଗ୍ୟ କି ଗତ ମାର୍ଚ୍ଚ ମାସରେ ଏକ ଯଜ୍ଞାନୁଷ୍ଠାନକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ଦେଖା ଦେଇଥିଲା। ତତ୍କାଳୀନ ପୁଲିସ ଅଧିକାରୀ ଏହାର ସମାଧାନ କରିଥିଲେ। ତେବେ ପୂର୍ବ ବିବାଦକୁ ନେଇ ଆଜି ଏପରି ଘଟଣା ଘଟିଥିବା କୁହାଯାଉଛି।

Spread the love