
ରୁପ୍ରାରୋଡ଼: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଟକର୍ଲା ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାପଲା ଗାଁରେ ଥିବା ଗ୍ରାହକ ସେବାକେନ୍ଦ୍ରର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ସେଠାରେ ଥିବା ସବୁ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।
ପ୍ରକାଶ ଯେ ମୁଣ୍ଡାପଲା ଗାଁରେ ମୋତିଲାଲ ସାହୁଙ୍କ ଜାଗାରେ ଟୁକୁଲାଲ ସାହୁ ଗ୍ରାହକ ସେବାକେନ୍ଦ୍ର ଖୋଲିଛନ୍ତି। ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏହି ସେବାକେନ୍ଦ୍ରର କବାଟକୁ ଶାବଳରେ ଭାଙ୍ଗିଦେବା ସହିତ ନିଆଁ ଲଗାଇ ଫେରାର୍ ହୋଇଯାଇଥିଲେ। ଫଳରେ ସେଠାରେ ଥିବା ୨ଟି କମ୍ପ୍ୟୁଟର, ଗୋଟିଏ କଲର ପ୍ରିଣ୍ଟର, ଗୋଟିଏ ଜେରକ୍ସ ମେସିନ, ଗୋଟିଏ ଲେମିନେସନ ମେସିନ, ଗ୍ରାହକମାନଙ୍କ ପାସ୍ବୁକ୍, ଆଧାର କାର୍ଡ, ଛାତ୍ରଛାତ୍ରୀମାନଙ୍କ ଅରିଜିନାଲ ସାର୍ଟିଫିକେଟ ସମେତ ଆସବାପତ୍ର ସବୁ ପୋଡ଼ି ପାଉଁଶ ହୋଇଯାଇଛି। ସେଠାରେ ଲାଗିଥିବା ସିସିଟିଭି କେମେରା ମଧ୍ୟ ପୋଡ଼ି ଯାଇ ନଷ୍ଟ ହୋଇଛି। ରାତି ପ୍ରାୟ ଅଢ଼େଇଟାରେ ନିକଟରେ ରହୁଥିବା ଅଶୋକ ସାହୁ ବାହାରକୁ ବାହାରିଥିବା ସମୟରେ ନିଆଁ ଜଳୁଥିବା ଦେଖି ସେବାକେନ୍ଦ୍ର ମାଲିକଙ୍କୁ ଜଣାଇଥିଲେ। ଖବର ପାଇ ପଲମ ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏନେଇ ଟୁକୁଲାଲ ସାହୁ ପଲମ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍