September 19, 2024

Satya News

odia news channel

ଘର ଭୁଷୁଡି ୫ ମୃତ

 

ଜୌନପୁର : ଗୁରୁବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାରେ ଏକ ବଡ଼ ଅଘଟଣ ଘଟିଛି।  ଏଠାରେ ଏକ କଚ୍ଚା ଘର ଭୁଷୁଡି ପଡି ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସହରର କୋଟୱାଲୀ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏହି  ଘର ଭୁଷୁଡି ଏହି ସମୟରେ ଅନେକ ଲୋକ ଏହାତଳେ ଦବି ହୋଇ ଯାଇଥିଲେ। ରାତି ପ୍ରାୟ ୧ଟା ସମୟରେ ଏହି ଅଘଟଣ ଘଟିଥିଲା।
ଦୁର୍ଘଟଣା ଘଟିବା ମାତ୍ରେ ପୁଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଘଟଣାରେ ସମୁଦାୟ ୧୧ ଜଣ ଆହତ ହୋଇଥିବା ସିଏମ୍ଏସ୍ ଅନିଲ କୁମାର ଶର୍ମା କହିଛନ୍ତି। ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ଅବସ୍ଥା ଗୁରୁତର ରହିଛି।

Spread the love