February 14, 2026

ଜଗଦଜନନୀଙ୍କୁ ଶାଢୀ ଉପହାର ଦେବା ପାଇଁ ୧୩ଟି ଭାଷାରେ ଲେଖିଲେ ମାଆ

 

ସୁବର୍ଣ୍ଣପୁର: ହସ୍ତସନ୍ତ କାରିଗର ରାଜେଶ ମେହର ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ମାଆ ଶାଢୀ। ବାନ୍ଧ କଳାର କାରିଗରୀ ଏଥିରେ ବେଶ ବାରି ହୋଇ ପଡୁଛି। ମାଆକୁ ସମର୍ପିତ କରି ପ୍ରସ୍ତୁତ କରିଛନ୍ତି ଏହି ଶାଢୀ। ୧୩ଟି ଭାଷାରେ ଶାଢୀରେ ମାଆ ବୋଲି ଲେଖାଯାଇଛି। ପୂର୍ବରୁ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଲାଗି ଶାଢୀ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ କାରିଗର ରାଜେଶ। ବଲିଉଡର ଅଭିନେତ୍ରୀ ବିଦ୍ୟା ବାଲନଙ୍କ ପାଇଁ ମଧ୍ୟ ସେ ପ୍ରସ୍ତୁତ କରିଥିଲେ ଗଣିତ ସୂତ୍ରର ଶାଢୀ।

ଏକ ଫିଲ୍ମ ପାଇଁ କଳାରଙ୍ଗର ଏହି ଶାଢୀଟି ପ୍ରସ୍ତୁତ ହୋଇଥିଲା। ଆଉ ଏବେ ମାଆଙ୍କୁ ସମର୍ପିତ କରି ପ୍ରସ୍ତୁତ କରିଛନ୍ତି ମାଆ ଶାଢୀ। ଜଗଦଜନନୀ ଦେବୀ ମାତାଙ୍କ ପୂଜାର୍ଚ୍ଚନା ସହ ନିଜ ମାଆଙ୍କୁ ମଧ୍ୟ ଏହି ଶାଢୀ ଉପହାର ଭାବେ ଦିଆଯାଇ ପାରିବ। ପ୍ରତି ଶାଢୀର ଦାମ ୧୭ରୁ ୨୦ ହଜାର ମଧ୍ୟରେ ରହିଛି।

କିଛି ନୂଆ କରି ଦେଖାଇବା ପାଇଁ ନୂତନ ପରିକଳ୍ପନା କରିଥିଲେ ହସ୍ତତନ୍ତ ଶିଳ୍ପୀ ରାଜେଶ ମେହେର। ଏଣୁ ମାଆଙ୍କୁ ସମର୍ପିତ କରି ଭିନ୍ନ ଢଙ୍ଗରେ ଶାଢୀ ତିଆରି କରିବାକୁ ଯୋଜନା ହେଲା ପ୍ରଥମେ ଗ୍ରାଫ ଓ ପରେ ବାନ୍ଧ କରାଯାଇଥିଲା।

Spread the love