July 12, 2025

ଜମି ଉନ୍ନତିକରଣ ପାଇଁ ଟଙ୍କା ହଡ଼ପ କରିଛନ୍ତି ଅଧିକାରୀ, କାର୍ଯ୍ଯାନୁଷ୍ଠାନ ଦାବି କଲା ବିଜେପି

 

ଆନନ୍ଦପୁର, ୦୬/୦୯:  ଆନନ୍ଦପୁର ବ୍ଲକ ବାଉଁଶଗଡ ପଞ୍ଚାୟତରେ ହୋଇଥିବା ଦୁର୍ନୀତି ବିରୋଧରେ ଅଣ୍ଟା ଭିଡିଲା ବିଜେପି । ଦୁର୍ନୀତିରେ ଜଡ଼ିତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ପାଇଁ  ଆନନ୍ଦପୁର ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ବିଜେପି କର୍ମୀ । ବାଉଁଶଗଡ ପଞ୍ଚାୟତରେ ଭୂମିହୀନଙ୍କ ନାମରେ ଜମି ଉନ୍ନତି କରଣ ପାଇଁ ଟଙ୍କା ହଡ଼ପ ହୋଇଥିବା ନେଇ ଆନନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା ।

ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କିମ୍ବା ବ୍ଲକ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । ସାତ ଦିନ ମଧ୍ୟରେ ଏହି ଟଙ୍କା ହଡ଼ପ ଘଟଣାରେ କୌଣସି ପଦକ୍ଷେପ ଗ୍ରହଣ କରା ନଗଲେ, ଭାରତୀୟ ଜନତା ପାର୍ଟି ଆନନ୍ଦପୁର ପକ୍ଷରୁ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ କହିଛନ୍ତି ।

Spread the love