September 20, 2024

Satya News

odia news channel

ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ

 

ଭୁବନେଶ୍ବର ୨୩।୯: ରାଜ୍ୟ ମୁଖ୍ୟ ସୂଚନା କମିଶନର ଭାବେ ଜଳଦ କୁମାର ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଛି । ଜଳଦ ତ୍ରିପାଠୀଙ୍କ ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅନୁମୋଦନ କରିଛନ୍ତି । ତାମିଲନାଡୁର ପୂର୍ବତନ ପୋଲିସ ଡିଜି ଥିଲେ ଜଳଦ କୁମାର ତ୍ରିପାଠୀ । ତାଙ୍କୁ ନୂତନ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦିଆଯାଇଛି ।

୧୯୮୫ ବ୍ୟାଚ୍ ର ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ହେଉଛନ୍ତି ଜଳଦ କୁମାର ତ୍ରିପାଠୀ । ତାମିଲନାଡୁର ପୋଲିସ ଡିଜି ଭାବେ ସେ ଦାୟିତ୍ବ ମଧ୍ୟ ତୁଲାଇଥିଲେ । ରାଜ୍ୟ ମୁଖ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ର ଅବସ ନେବା ପରେ ଏହି ପଦବୀ ଖାଲିଥିଲା ।

Spread the love