October 17, 2024

Satya News

odia news channel

ଜିଏସଟି ଅନିୟମିତତା ଅଭିଯୋଗରେ ଭଦ୍ରକ ସହରର ସୁନୀତା ଫର୍ଣ୍ଣିଚର ସୋ’ରୁମ୍‌ରେ ଚଢ଼ାଉ

 

ଭଦ୍ରକ ୧୭।୧୧: ବିନା ଜିଏସଟି ବିଲରେ ଫର୍ଣ୍ଣିଚର ଜିନିଷ ବିକ୍ରି କରିବା ଓ ଆବଶ୍ୟକୀୟ ଜିଏସଟି ଠିକ୍ ସମୟରେ ପୈଠ ନ କରିବା ଆଦି ଅଭିଯୋଗରେ ଜିଏସଟି ବିଭାଗ ପକ୍ଷରୁ ଭଦ୍ରକ ସହରରେ ଥିବା ସୁନୀତା ଫର୍ଣ୍ଣିଚର ସୋରୁମରେ ଚଢ଼ାଉ କରାଯାଉଛି । ଆସିଷ୍ଟାଣ୍ଟ ଜିଏସଟି କମିଶନର ଜେପି ଲେଙ୍କାଙ୍କ ନେତୃତ୍ବରେ ୩ଟି ସ୍ଥାନରେ ବୁଧବାର ଅଚାନକ ଭାବେ ସୁନୀତା ଫର୍ଣ୍ଣିଚର ସୋରୁମ ଓ ଗୋ ଡାଉନ ଆଦି ଉପରେ ଚଢ଼ାଉ କରୁଛନ୍ତି ।

ଖବର ଲେଖାଯିବା ସୁଦ୍ଧା ସଠିକ ତଥ୍ୟ ମିଳିପାରିନଥିବା ବେଳେ ସବୁ ଜିନିଷ ଓ ବିଲ ଷ୍ଟକ ଓ ବିକ୍ରି ଭାଉଚର ତନଖି କଲା ପରେ ଏହି ସଂସ୍ଥା କେତେ ଟଙ୍କାର ଜିଏସଟି ଫାଙ୍କିଛନ୍ତି ଜଣାପଡିବ । ତେବେ ଭଦ୍ରକର କିଛି ସଚେତନ ନାଗରିକ ଏ ସମ୍ପର୍କରେ ଜିଏସଟି କମିଶନରଙ୍କ ପାଖରେ ଅଭିଯୋଗ କରିବା ପରେ ଏହା ଉପରେ ତଦନ୍ତ କରାଯାଉଥିବା ସହକାରୀ ଜିଏସଟି କମିଶନର ସୂଚନା ଦେଇଛନ୍ତି ।

Spread the love