October 18, 2024

Satya News

odia news channel

ଜିଲ୍ଲା ସଭାପତିଙ୍କୁ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ଗୁରୁମନ୍ତ୍ର, କହିଲେ- ଖୁବ୍ ଶୀଘ୍ର ଗଠନ ହେବ ପିସିସି

 

ଭୁବନେଶ୍ବର ୩୧।୮: ଜିଲ୍ଲା ସଭାପତିଙ୍କୁ ଗୁରୁମନ୍ତ୍ର ଦେଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ପଞ୍ଚାୟତକୁ ଯାଅ, ଲୋକଙ୍କ ସହିତ ରୁହ ବୋଲି ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି । ତୃଣମୂଳ ସ୍ତର ଦୁର୍ନୀତିକୁ ପଦାକୁ ଆଣ ବୋଲି ଜିଲ୍ଲା ସଭାପତିଙ୍କୁ ପରାମର୍ଶ ଦେଇଛନ୍ତି ।

ଆହୁରି କହିଛନ୍ତି, ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି । ଅଭିଯୋଗ ଥିଲେ ହାଇ କମାଣ୍ଡଙ୍କୁ ଜଣାଅ । ଗଣମାଧ୍ୟମକୁ ଆସି ବିଶୃଙ୍ଖଳିତ ବୟାନ ଦେଲେ କାର୍ଯ୍ୟାନୁଷ୍ଠାନ ହେବ । ଖୁବ୍ ଶୀଘ୍ର ପିସିସି ଗଠନ ହେବ ବୋଲି ମଧ୍ୟ ସେ କହିଛନ୍ତି ।

Spread the love