
ଭୁବନେଶ୍ୱର: ରାଜଧାନୀରେ ସରକାରୀ କର୍ମଚାରୀଙ୍କୁ ଡବଲ ଡୋଜ ଟିକା ବାଧ୍ୟତାମୂଳକ କରାଯାଇଛି। ୨ଟି ଡୋଜ ଟିକାକରଣ ହୋଇନଥିଲେ ଅଫିସ ଆସିପାରିବେନି କର୍ମଚାରୀ। ଆଉ ସେମାନଙ୍କର ଅଫିସରେ ଅନୁପସ୍ଥିତିକୁ ଉଦ୍ଦେଶ୍ୟମୂଳକ ଛୁଟି ଭାବେ ବିବେଚନା କରାଯିବ। ଏନେଇ ସବୁ ବିଭାଗକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି। ଏନେଇ ସବୁ ବିଭାଗକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି। ଜୁଲାଇ ୧ରୁ ସବୁ ଅଫିସ୍ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ତା ପୂର୍ବରୁ ଟିକା ବାଧ୍ୟତାମୂଳକ କରାଯାଇଛି।
ଏହି ପ୍ରକ୍ରିୟାରେ ପ୍ରାୟ ୬ହଜାର କର୍ମଚାରୀଙ୍କୁ ପ୍ରଥମ ଡୋଜ୍ ଟିକା ଦିଆସରିଛି। ଦ୍ୱିତୀୟ ଡୋଜ୍ ଟିକା ଅଭିଯାନ ଗତକାଲି ଅର୍ଥାତ୍ ଜୁନ୍ ୧୭ରୁ ଜାରି ରହିଛି । ସମସ୍ତ ବିଭାଗର ନୋଡାଲ୍ ଅଫିସରମାନଙ୍କୁ ଭୁବନେଶ୍ୱରରେ ଥିବା ସେମାନଙ୍କର ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଟିକାକରଣ ସୁନିଶ୍ଚିତ କରାଇବାକୁ ପରାମର୍ଶ ଦିଆଯାଇଛି। ଯାହାଫଳରେ ଜୁଲାଇ ୧ରୁ ଫୁଲ୍ ଆଟେଣ୍ଡାନ୍ସ ସହ ଅଫିସଗୁଡ଼ିକ କାର୍ଯ୍ୟ କରିବ । ସରକାରୀ କାର୍ଯ୍ୟ ଓ ଦାୟିତ୍ୱ ତୁଲାଇବାବେଳେ କର୍ମଚାରୀମାନଙ୍କୁ ନିରାପଦ ପରିବେଶ ସୁନିଶ୍ଚିତ କରାଇବା ହେଉଛି ଏହି ନିର୍ଦ୍ଦେଶନାମାର ମୂଳ ଉଦ୍ଦେଶ୍ୟ।
ତେବେ ଯେଉଁ କର୍ମଚାରୀ ଯଦି ସ୍ୱାସ୍ଥ୍ୟଗତ କାରଣରୁ ହେଉ ଅବା ଅନ୍ୟ କୌଣସି କାରଣରୁ ଟିକା ନେଇନଥିବେ ତା’ହେଲେ ସେ ନିଜର ବିଭାଗୀୟ ମୁଖ୍ୟ ଅବା ସଂସ୍ଥା ମୁଖ୍ୟଙ୍କୁ ଏଥିରୁ ତାଙ୍କୁ ବାଦ୍ ଦେବାକୁ ଆବେଦନ କରିବେ । ଏହି ଆବେଦନ ପାଇବା ପରେ କେସ୍ ଟୁ କେସ୍ ଆଧାରରେ ବିଚାର କରିବାକୁ ପରାମର୍ଶ ଦିଆଯାଇଛି । ଯେଉଁ କର୍ମଚାରୀ ଟିକା ନେଇନଥିବେ ଓ ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ଛାଡ଼୍ ହୋଇନଥିବେ ସେମାନଙ୍କୁ ଜୁଲାଇ ୧ରୁ ଅଫିସ ଆସିବା ପାଇଁ ଅନୁମତି ମିଳିବ ନାହିଁ । ସେମାନଙ୍କର ଅନୁପସ୍ଥିତିକୁ ଉଦ୍ଦେଶ୍ୟମୂଳକ ଛୁଟି ଭାବେ ବିବେଚନା କରାଯିବ ବୋଲି ଶ୍ରୀ ଚୋପ୍ରା କହିଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍