September 19, 2024

Satya News

odia news channel

ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି: ଉଭୟ ରାଜ୍ୟକୁ ସାକ୍ଷ୍ୟ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ

 

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଆଜି ପାଇଁ ଶୁଣାଣି ଶେଷ ହୋଇଥିବା ଜଣାଯାଇଛି। ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଣାଣି ହୋଇଛି । ଆଜି ଶୁଣାଣିରେ ଆଡମିସନ ଓ ଡିନାଏଲ୍ ପ୍ରକ୍ରିୟାକୁ ଚୁଡାନ୍ତ କରିଛନ୍ତି ଟ୍ରିବ୍ୟୁନାଲ। ଏହା ସହ ଟ୍ରିବ୍ୟୁନାଲ ଓଡ଼ିଶା ଓ ଛତିଶଗଡ଼ ଉଭୟ ରାଜ୍ୟକୁ ସାକ୍ଷ୍ୟ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ନିକଟରୁ ମହାନଦୀ ଅବବାହିକା ସଂକ୍ରାନ୍ତ ବଳକା ନଥିପତ୍ର ଓ ଦସ୍ତାବିଜ୍ ପାଇଁ ପ୍ରକ୍ରିୟାକୁ ଜାରି ରଖିବାକୁ ଓଡ଼ିଶା ଓ ଛତିଶଗଡ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୫ ତାରିଖରେ ହେବ। ବିଚାରପତି ଏ.ଏମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ଏହି ଶୁଣାଣି ହୋଇଛି।

Spread the love