
ଗୁଡଭେଲା: ତୋଷରା ତୋଷାଳୀ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କୁ ପୂଜା ଅର୍ଚ୍ଚନା କଲା ପରେ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି । ପାରମ୍ପାରିକ ଲୋକନୃତ୍ୟରେ ଏକ ବିରାଟ ପଡୁଆର ସହିତ ନଗର ପରିକ୍ରମା ପରେ ମଞ୍ଚସ୍ଥଳରେ ମଶାଲ ସ୍ଥାପନ କରାଯିବା ପରେ ମଞ୍ଚ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ। । ଏଥିରେ ପୂର୍ବତନ ଜଙ୍ଗଲ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ, ଗୁଡଭେଲା ବ୍ଳକ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା ଏବଂ ଅଞ୍ଚଳର ଅନେକ ମାନ୍ୟଗନ୍ୟ ବ୍ୟକ୍ତି ସହ ମହୋତ୍ସବ କମିଟିର କର୍ମକର୍ତ୍ତା ଉପସ୍ଥିତ ହୋଇଥିଲେ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍