
ଭୁବନେଶ୍ବର : ପେଟ୍ରୋଲ, ଡିଜେଲ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ ତାରିଖରେ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି। ରାଜ୍ୟର ୪ ବାମପନ୍ଥୀ ଦଳ ସିପିଆଇ, ସିପିଏମ, ସିପିଆଇ(ଏମଏଲ) ଲିବରେସନ ଏବଂ ଫରଓ୍ବାର୍ଡ ବ୍ଲକ ମିଳିତ ଭାବରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦର ଆହ୍ବାନ ଦେଇଛନ୍ତି। ଆଜି ଭଗବତୀ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଜେଲ, ପେଟ୍ରୋଲ ଉପରୁ ଟିକସ ହ୍ରାସ କରି ଦର କମାଇବା, ନିତ୍ୟ ବ୍ୟବହାର୍ଯ୍ୟର ଦରବୃଦ୍ଧି ବନ୍ଦ, କଳାବଜାରୀ, ମହଜୁଦକାରୀଙ୍କୁ ଜବତ, ପ୍ରତି ପରିବାରକୁ ମୁଣ୍ଡ ପିଛା ୧୦ କେଜି ଚାଉଳ ଏବଂ ଗହମ ପ୍ରଦାନ, ଖାଇବା ତେଲ, ଡାଲି, ଚିନି, ଚା ଆଦି ରାସନ କିଟ୍ ମାଗଣାରେ ଯୋଗାଇବା, ଆୟକର ଦେଉନଥିବା ପରିବାରକୁ ୬ ମାସ ପର୍ଯ୍ୟନ୍ତ ମାସିକ ୭୫୦୦ ଟଙ୍କା ପ୍ରଦାନ ଆଦି ଦାବି କରାଯିବ ବୋଲି ସୂଚନା ଦିଆଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇ (ଏମ) ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ସିପିଆଇ(ଏମଏଲ) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଏବଂ ଫରଓ୍ବାର୍ଡ ବ୍ଲକ ରାଜ୍ୟ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର କହିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍