
ଟୋକିଓ: ଦିନକ ପରେ ଟୋକିଓ ଟ୍ରାକରେ ଦୌଡିବେ ଓଡ଼ିଆ ଧାବିକା ଦୂତି ଚାନ୍ଦ । ନିଜକୁ ଫିଟ୍ ରଖିବା ସହ ଭଲ ପ୍ରଦର୍ଶନ ପାଇଁ ଦୂତି ଜୋରଦାର ଅଭ୍ୟାସ ଚଳାଇଛନ୍ତି । ଟ୍ରାକରେ ଅଭ୍ୟାସ ଜାରି ରଖିଛନ୍ତି ଦୂତି ଚାନ୍ଦ । ଆସନ୍ତା ୩୦ ତାରିଖରେ ଟ୍ରାକକୁ ଓହ୍ଲାଇବେ ଦୂତି । ୧୦୦ ମିଟର ରାଉଣ୍ଡ ୧ ହିଟ୍ ସକାଳ ୮ଟା ୧୦ରେ ଆରମ୍ଭ ହେବ । ଏହା ପୂର୍ବରୁ ଦୂତିଙ୍କୁ ଜିମରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା । ୨୦୧୬ ରିଓ ଅଲିମ୍ପିକରେ ମେଡାଲରୁ ବଞ୍ଚିତ ହୋଇଥିଲେ ଦୂତି ଚାନ୍ଦ । ଏଥର ଟୋକିଓର ନିଶ୍ଚିତ ଦେଶ ପାଇଁ ପଦକ ଆଣିବାକୁ ସେ ଆଶାବାଦୀ ଅଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍