
ଉମରକୋଟ(କାର୍ତ୍ତିକ ମଲ୍ଲିକ ) : ଦୀର୍ଘ ୩ ଘଣ୍ଟା ପରିଶ୍ରମ ପରେ ଘରେ ପଶିଥିବା ଭାଲୁ ଉଦ୍ଧାର ହୋଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ରାଣୀଚଛରା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଭାଲୁଟି ପଶି ଯାଇଥିଲା ଖବର ପାଇବା ପରେ ନବରଙ୍ଗପୁର ୱାଇଲ୍ଡ ଲାଇଫ୍ ଟିମ ପହଂଚି ଘରେ ପଶିଥିବା ଭାଲୁକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।
ପରେ କୌଶଳ କରି ଭାଲୁ ପଶିଥିବା ରୁମକୁ ବାହାରୁ ବନ୍ଦ କରି ଗ୍ରାମବାସୀଙ୍କୁ ଖବର ଦେଇଥିଲେ ପରିବାର ଲୋକେ । ପରେ ଏସମ୍ପର୍କରେ ଗ୍ରାମବାସୀ ବନବିଭାଗକୁ ଖବର ଦେବାରୁ ଘଟଣା ସ୍ଥଳରେ ଝରିଗାଁ ବନବିଭାଗର କର୍ମଚାରୀ ପହଞ୍ଚିଥିଲେ । ପରେ ନବରଙ୍ଗପୁର ଡିଏଫଓଙ୍କ ନିର୍ଦ୍ଦେଶରେ ଏକ ୭ ଜଣିଆ ୱାଇଲ୍ଡ ଲାଇଫର ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ପହଂଚି ଦୀର୍ଘ ୩ ଘଣ୍ଟାର ଅପରେସନ ପରେ ଭାଲୁକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ତେବେ ଉଦ୍ଧାର ଭାଲୁକୁ ଚିକିତ୍ସା ପରେ ଜଙ୍ଗଲକୁ ଛଡା ଯିବ ବୋଲି କହିଛନ୍ତି ବନବିଭାଗ କର୍ମଚାରୀ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍