September 19, 2024

Satya News

odia news channel

ଦୁର୍ଗମ ବାଇଶି ଗ୍ରାମକୁ ଡଙ୍ଗାରେ ଯାଇ କରୋନା ଟୀକା ପ୍ରଦାନ

 

ପାତ୍ରପୁର: ପାତ୍ରପୁର ବ୍ଳକର ତିନି ଦୁର୍ଗମ ଆଦିବାସୀ ପଂଚାୟତର ବାଇଶି ଗୋଟି ଗ୍ରାମକୁ ଡ଼ଙ୍ଗା ଓ ବାଇକ ଯୋଗେ ଯାଇ ଲୋକଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି। ପାତ୍ରପୁର ବ୍ଳକର ଆଙ୍କୁଲି ପଂଚାୟତରକୁ ଡ଼ଙ୍ଗାରେ ଏବଂ ତୁମ୍ବା, ବୁରାତାଲ ପଂଚାୟତର ଷୋହଳ ଗୋଟି ଗ୍ରାମକୁ ବାଇକ ଯୋଗେ ଯାଇ ଏହି ଟୀକା ପ୍ରଦାନ କରାଯାଇଛି। ଏହି ସବୁ ଗ୍ରାମରେ ଦୁଇ ଦିନରେ ଛଅ ସହ ଲୋକଙ୍କୁ ଟୀକା ଦିଆଯାଇଥିବା ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡ଼ା ସମ୍ବିତ କୁମାର ବେଗରାୟ ସୂଚନା ଦେଇଛନ୍ତି। ଡାକ୍ତର ଶ୍ରୀ ବେଗରାୟଙ୍କ ନେତୃତ୍ୱରେ ଟିମ ପ୍ରଥମ ଦିନ ଡ଼ଙ୍ଗାରେ ବାଘଲଟି ଜଳଭଣ୍ଡାର ପାର ହୋଇ ଏଲଗଲ, ବଣିଆ ବସା, ସିରିସିଗଣ୍ଡ, ମାଡୁଆଗୁମା, ବେହେରା ପୁଟୁ, ଝରିବ।ଡ ଗ୍ରାମରେ ଟୀକା ପ୍ରଦାନ କରିଥିଲେ।

ସେହିପରି ଦ୍ୱିତୀୟ ଦିନରେ ବୁରାତାଲ ଏବଂ ତୁମ୍ବା ପଂଚାୟତ ଅଧୀନରେ ଥିବା ଆନ୍ଧ୍ର ସୀମାନ୍ତ ଗୁଡିଖଳା, ଡ଼ାବୁଥଳି, ଗୁଡିପଦର, ଲାଇଡ।, ଅବାଣ୍ଡିଆ, ସଚର, ତ।ଳବଡ, ଆଡପଥର, ବଡ ରମ୍ପା, ସୋରଡା, ବତର। ସାହି, ସାନ ଅଞ୍ଜ।ଗୁଲି, ବଡ ଅଞ୍ଜ।ଗୁଲି, ପ୍ରଭୁୟୀ ଗ୍ରାମକୁ ବାଇକ ଯୋଗେ ଦୁଇଟି ନଦୀପାର ହୋଇ ଯାଇ ଟୀକା ପ୍ରଦାନ କରିଥିଲେ। ଏହି ସବୁ ଗ୍ରାମର ବହୁ ଲୋକମାନେ କୋବିଡ଼ ଟୀକା ବିଭିନ୍ନ କାରଣରୁ ନେଇ ନଥିବା ବେଳେ ପ୍ରଶାସନର ନିଷ୍ପତ୍ତି ପରେ ଟୀକା ଦିଆଯାଇଛି। ଏହି ଟିମରେ ସୁପର ଭାଇଜର ଜୟଦେବ ବେହେରା, ଦିଗନ୍ତ କୁମାର ମହାନ୍ତି, ସମ୍ବରୁ ନାୟକ, ବୃନ୍ଦାବନ ନାୟକ, ସାଗରିକ। ବାରିକ ଏବଂ ଆଶା
ଅଙ୍ଗନବାଡି କର୍ମଚାରୀମାନେ ସାମିଲ ଥିଲେ।

Spread the love