October 22, 2025

ଦୁର୍ଘଟଣାରେ ମୃତକଙ୍କୁ ସହାୟତା

 

ବଡ଼ମ୍ବା: ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ଲକ ଅନ୍ତର୍ଗତ ରଗଡ଼ିପଡ଼ା ଗ୍ରାମର ଅନୁଜ ସାହୁଙ୍କ ପରିବାରକୁ ସ୍ଥାନୀୟ ମା ଭଟ୍ଟାରିକା ଟ୍ରାକ୍ଟର ମାଲିକସଂଘ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସଂଘ ସଭାପତି ସରୋଜ କୁମାର ନାୟକ, ସମ୍ପାଦକ ଗିରିଜାଶଙ୍କର ରାୟଗୁରୁ, କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ, ଉପଦେଷ୍ଟା ଶିବନରାୟଣ ମିଶ୍ର, ସଂଯୋଜକ ସୁଦାମ ସାହୁ ପ୍ରମୁଖ ସଦସ୍ୟମାନେ ଏକାଦଶାହରେ ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟି ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇ ସ୍ଥାନୀୟ ସମିତି ସଭ୍ୟ ଇ.ସଞ୍ଜୟକୁମାର ସ୍ୱାଇଁ ସଂଘର ଏତାଦୃଶ ବଦାନ୍ୟତାକୁ ସାଧୁବାଦ ଜ୍ଞାମ୍ପନ କରିଥିଲେ।

Spread the love