
ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୧୩,୫୯୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୧୬୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟାରେ ୧୯,୫୮୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ୩,୩୪,୩୯,୩୩୧ ଜଣ କରୋନାରୁ ଆରୋଗ୍ୟଲାଭ କରିସାରିଲେଣି । ସଂପ୍ରତି ଦେଶରେ ୧,୮୯,୬୯୪ ଜଣ କରୋନା ଆକ୍ରାନ୍ତ ରହିଛନ୍ତି, ଯାହା ପ୍ରାୟ ସାତମାସରୁ ଅଧିକ ସମୟ ମଧ୍ୟରେ ସର୍ବନିମ୍ନ ସଂଖ୍ୟା । ଦୈନିକ ସଂକ୍ରମଣ ହାର ୧.୩୭% ଓ ସାପ୍ତାହିକ ସଂକ୍ରମଣ ହାର ୧.୩୭% ରହିଛି । ଏଥିସହିତ ଆରୋଗ୍ୟ ହାର ୯୮.୧୨% ହୋଇଛି, ଯାହା ୨୦୨୦ ମାର୍ଚ୍ଚ ପରବର୍ତ୍ତୀ ସମୟରେ ସର୍ବାଧିକ । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୫୨,୨୯୦କୁ ବୃଦ୍ଧିପାଇଛି । ରବିବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୫୯.୧୯ କୋଟି ନମୁନା ପରୀକ୍ଷା କରାଯାଇଛି । ସେହି ସମୟ ମଧ୍ୟରେ ୯୭.୭୯ କୋଟି ପାନ ଟିକା ଦିଆଯାଇଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍