July 1, 2025

ଧାରଣାସ୍ଥଳରେ ବସ୍ତିବାସିନ୍ଦାଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ ଏବଂ ପିସିସି ସଭାପତି

 

ଭୁବନେଶ୍ବର: ଡୁମଡୁମା ସୁବାସ ନଗର ବସ୍ତି ଉଚ୍ଛେଦକୁ ବିରୋଧ କରି ଧାରଣାରେ ବସିଥିବା ବସ୍ତି ବାସିନ୍ଦାଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର ଏବଂ ସଭାପତି ନିରଞ୍ଜନ ପଟ୍ଟନାୟକ। ବିଧାୟକ ସୁରେଶ ରାଉତରାୟ ଏବଂ ଭୁବନେଶ୍ଵର ଜିଲ୍ଳା ସଭାପତି ବିଶ୍ଵଜିତ ଦାସ ଏବଂ ରଶ୍ମି ମହାପାତ୍ରଙ୍କ ସହ କେତେକ କଂଗ୍ରେସ ନେତାମାନେ ମଧ୍ୟ ଭେଟିଛନ୍ତି। ରାଜ୍ୟ ସରକାରଙ୍କ ବେଆଇନ ଉଚ୍ଛେଦକୁ ବିରୋଧ କରି ୧୧ ଦିନ ହେବ ବସ୍ତି ମଧ୍ୟରେ ବସିଛନ୍ତି ବାସିନ୍ଦାମାନେ। କଂଗ୍ରେସ ନେତା ସେମାନଙ୍କୁ ଭେଟି ସେମାନଙ୍କୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ସହ ଥଇଥାନ ନହେବା ପର୍ଯ୍ୟନ୍ତ ଉଚ୍ଛେଦ ବେଆଇନ ବୋଲି କହିଛି କଂଗ୍ରେସ।

Spread the love