
ଜୟପୁର ୧୮।୧୨: ନକଲି ମାଟ୍ରିକ୍ ସାର୍ଟିଫିକେଟ ଦେଇ ଚାକିରୀ କରିବା ପଡିଲା ମହଙ୍ଗା । ଭିଜିଲାନ୍ସ କୋର୍ଟ ଦ୍ବାରା ଦଣ୍ଡିତ ହେଲେ ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକର ପୂର୍ବତନ ICDS ସୁପରଭାଇଜର ଶୁଭମଣୀ ଦେଇ । ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୭୦୦୦ ଟଙ୍କା ଜରିମନା ଆଦାୟ ନିର୍ଦ୍ଦେଶ ଦେଲେ ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ନକଲି ମାଟ୍ରିକ୍ ସାର୍ଟିଫିକେଟ୍ ଦେଇ ଚାକିରୀ ସହ ପଦୋନ୍ନତି ପାଇ ମୋଟ୍ ୯ ଲକ୍ଷ ୩୭ ହଜାର ୧୬ ଟଙ୍କା ଦରମା ପାଇଥିଲେ ପୂର୍ବତନ ସୁପରଭାଇଜର। ଏ ନେଇ ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ମାମଲା ଦାୟର ହୋଇଥିଲା ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍