
ଭୁବନେଶ୍ୱର: ଆପଣ ପରିବାର ସହ ନନ୍ଦନକାନନ ବୁଲିଯିବାକୁ ଯୋଜନା କରୁଛନ୍ତି କି ? ତେବେ ବର୍ତ୍ତମାନ ନୂଆ ସମୟସାରଣୀ ଜାଣିନିଅନ୍ତୁ | କାରଣ ଆପଣ ଯେଉଁଦିନ ଛୁଟି ଦିନ ଭାବି ନନ୍ଦନକାନନ ଯିବାକୁ ଯୋଜନା କରୁଛନ୍ତି ସେହିଦିନ ନନ୍ଦନକାନନ ବନ୍ଦ ରହିବ | ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ କୋଭିଡ-୧୯ ଗାଇଡଲାଇନକୁ ନଜରରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ସବୁ ଶନିବାର ଓ ରବିବାର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ |
ସେହିପରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ସୋମବାରରୁ ଶୁକ୍ରବାର ସକାଳ ୭ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ଯାଏଁ ଖୋଲା ରହିବ | ସମସ୍ତ ପର୍ଯ୍ୟଟକ କୋଭିଡ ଗାଇଡଲାଇନକୁ ମାନିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି | ସେହିପରି ରାଜ୍ୟ ସରକାର ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟସାରଣୀକୁ ମାନିବାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି |
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍