August 26, 2025

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିଜୟ ଉତ୍ସବ ପାଳନ

 

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ବଜାର ଅଞ୍ଚଳରେ ପାଟଣା ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି। କେନ୍ଦ୍ର ସରକାର ୩ କୃଷି ଆଇନ ପ୍ରତ୍ୟାହାର ଓ ଏମଏସପିକୁ ଆଇନ୍ ପରିସର କରିବା ଲିଖିତ ପ୍ରତିଶ୍ରୁତି ଦେବା ପରେ ସଂଯୁକ୍ତ କିଶାନ ମୋର୍ଚ୍ଚାର ଆହ୍ବାନ କ୍ରମେ ପାଟଣା ନବ ନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତାମାନେ ବିଜୟ ଉତ୍ସବ ପାଳନ କରି ପରସ୍ପରକୁ ମିଷ୍ଟାନ୍ନ ଖୁଆଇଛନ୍ତି। କୃଷକ ସଙ୍ଗଠନର ଜିଲ୍ଲା ସଂଯୋଜକ ଖଗେଶ୍ବର ମହାନ୍ତ, ବ୍ଲକ ସଂଯୋଜକ ରାଜବହ୍ଲବ ମିଶ୍ର, ବ୍ଲକ ଉପଦେଷ୍ଟା ଗୈାତମ ମହାନ୍ତ ପ୍ରମୁଖଙ୍କ ସହ ସଂଗଠନର ବହୁ କାର୍ଯ୍ୟକର୍ତ୍ତା ଏହି ବିଜୟ ଉତ୍ସବରେ ସାମିଲ ଥିଲେ।

Spread the love